Latest Odisha News

BREAKING NEWS

ସୁପ୍ରିମକୋର୍ଟ ବିଚାରପତିଙ୍କ କହିଲେ ମୋତେ ମାଇ ଲର୍ଡ କହିବା ବନ୍ଦ କର, ନ ହେଲେ ଅଧା ଦରମା ଦେଇଦେବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ କେସ ଶୁଣାଣୀ ଅବସରରେ ମଜାଦାର ଘଟଣା ଘଟିଛି । ଜଣେ ଓକିଲ ବାରମ୍ବାର ବିଚାରପତିଙ୍କୁ ମାଇ ଲର୍ଡ, ୟୋର ଲର୍ଡଶିପ କହିବାରୁ ବିଚାରପତି ଜଣଙ୍କ ଅସନ୍ତୁଷ୍ଟ ହୋଇ ପଡିଥିଲେ । ସେ ମଜାକିଆ ଢ଼ଙ୍ଗରେ କହିଥିଲେ ତୁମେ ବାରମ୍ବାର ମୋତେ ଏ ଭଳି ସମ୍ବୋନ୍ଧନ କଲେ ମୁଁ ଅଧା ଦରମା ତୁମକୁ ଦେଇଦେବି । ବିଚାରପତିଜଣଙ୍କ ହେଲେ ଏଏସ ବୋପାନ୍ନା ସେ ପିଏସ ନରସିମହାଙ୍କୁ ଏହା କହିଥିଲେ । ବିଚାରପତି କହିଥିଲେ ତୁମେ ଏହା ବଦଳରେ ମୋତେ ସାର ସମ୍ବୋନ୍ଧନ କରିପାରିବ । ଏହା ଏକ ଔପନିବେଶକ ଯୁଗର ଗୋଲାମର ଅଂଶବିଶେଷ ବୋଲି ସେ କହିଥିଲେ । ଏଥର ମୋତେ ଯିଏ ମାଇ ଲର୍ଡ କହିବ ମୁଁ ତାକୁ ଲେଖିକରି ରଖିବି ।

ବିସିଆଇ ୨୦୦୬ରେ ଏକ ପ୍ରସ୍ତାବ ପାରିତ କରିଥିଲା । ଏଥିରେ ଉଲ୍ଲେଖ ରହିଥିଲା କୌଣସି ଓକିଲ ବିଚାରପତିଙ୍କୁ ମାଇ ଲର୍ଡ କିମ୍ବା ୟୋର ଲର୍ଡଶିପ ସମ୍ବୋନ୍ଧିତ କରିପାରିବେ ନାହିଁ । ମାତ୍ର ସେବେଠାରୁ ଏହା ଏବେ ବି ବିଧିବଦ୍ଧ ଭାବେ ଓକିଲମାନେ ପାଳନ କରୁ ନାହାନ୍ତି । ବିଚାରପତି ଉପରୋକ୍ତ ବୟାନ ବେଶ ଚର୍ଚ୍ଚା ସାଉଁଟିଛି ।

Leave A Reply

Your email address will not be published.