Latest Odisha News

BREAKING NEWS

ଇଣ୍ଟରନେଟରେ ଭାଇରାଲ ହେଉଛି କୁନି ମାଙ୍କଡ଼ ପଞ୍ଚ, ୨ କୋଟି ଅଫର୍…

ନୂଆଦିଲ୍ଲୀ: ନିକଟରେ ପଞ୍ଚ-କୁନ୍ ନାମକ ଏକ ଶିଶୁ ମାଙ୍କଡ଼କୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର କାହାଣୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ଯାହା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କୁ ଭାବପ୍ରବଣ ମଧ୍ୟ କରିଦେଉଛି। ଜନ୍ମ ପରେ ନିଜ ମାଆ ବେସାହାରା କରିବା ପରେ ସେ ଏକ ଖେଳଣା ଓରାଙ୍ଗୁଟାନ୍ ପାଖକୁ ଯାଇ ସେହି ଖେଳଣା ଠାରୁ ଭଲପାଇବା ଖୋଜି ଚାଲିଥିଲା।

ତେବେ ଏହି ପଞ୍ଚ-କୁନ୍ କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମନ ମଧ୍ୟ କିଣି ପାରିଛି ଓ କିପରି ଜଣେ ନିରୀହ ମାଙ୍କଡ଼ ଟିକେ ମାତୃ ସ୍ନେହ ଓ ପ୍ରେମ ପାଇବା ପାଇଁ ଖେଳଣା ସହ ଲାଗି ରହୁଛି ଏହା ଦେଖି ଲୋକମାନେ ମଧ୍ୟ ଭାବବିହ୍ୱଳ ହୋଇଯାଉଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଲୋକମାନେ କୁନି ମାଙ୍କଡଟିର ଯନ୍ତ୍ରଣା ସହିତ ସହାନୁଭୂତି ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଧିରେ ଧିରେ ପଞ୍ଚ ଅନ୍ୟ ମାଙ୍କଡ ଗୋଷ୍ଠୀ ସହିତ ମିଳାମିଶା କରୁଛି ଓ ଏଥିସହ ଏକ ବୟସ୍କ ମାଙ୍କଡ଼ ତାଙ୍କୁ ଆଲିଙ୍ଗନ କରୁଥିବାର ମଧ୍ୟ ଭିଡିଓରେ ନଜର ଆସିଛି। ତେବେ ବର୍ତ୍ତମାନ୍ ସେ ପ୍ରକୃତ ପରିବାରର ପ୍ରେମ ପାଇଥିବା ନେଇ ମଧ୍ୟ କୁହାଯାଉଛି।

ଅପରପକ୍ଷରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜାପାନର ଏକ ଚିଡ଼ିଆଖାନାରୁ ଭାଇରାଲ ମାଙ୍କଡ଼ ପଞ୍ଚ-କୁନ୍ କିଣିବା ପାଇଁ $୨୫୦୦୦୦ ଅର୍ଥାତ୍ ୨ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି। ଯାହାପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

 

Comments are closed.