Latest Odisha News

BREAKING NEWS

୧୬ ବର୍ଷ ବୟସରେ ହରାଇଲେ ଶୁଣିବା କ୍ଷମତା, ପ୍ରଥମ ପ୍ରୟାସରେ ପାଇଲେ ଆଇଏଏସ

ନାଗପୁର: ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖନ୍ତି । ତେବେ ବହୁତ କମ ଛାତ୍ରଛାତ୍ରୀ ପ୍ରଥମ ପ୍ରୟାସରେ ସଫଳତା ପାଇଥାନ୍ତି ଓ ପ୍ରଥମ ଦଶ ଜଣଙ୍କ ଭିତରେ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ ବାବଦରେ କହିବୁ ଯିଏ ପ୍ରଥମ ପ୍ରୟାସରେ ସଫଳତା ପାଇଥିଲେ ଓ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିଥିଲେ । ଦିଲ୍ଲୀର ସୌମ୍ୟା ଶର୍ମା ୨୦୧୭ ମସିହାରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବିନା କୌଣସି କୋଚିଂରେ ଘରେ ରହି ନିଜକୁ ପ୍ରସ୍ତୁତ କରିଥିଲେ ଆଉ ଏହି ପରୀକ୍ଷା ଦେଇଥିଲେ । ତେବେ ସୌମ୍ୟାଙ୍କ ପାଇଁ ବଡ ପ୍ରତିବନ୍ଧକ ସାଜିଥିଲା ଯେ ସେ ୧୬ ବର୍ଷ ବୟସରେ ଶୁଣିବା କ୍ଷମତା ବା ଶ୍ରବଣଶକ୍ତି ହରାଇଥିଲେ । ଏନେଇ ତାଙ୍କ ପରିବାର ଡାକ୍ତରଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ, ତେବେ କୌଣସି ସୁଫଳ ମିଳିନଥିଲା । ଏଥିରେ ସେ ଭାଙ୍ଗି ନ ପଡି ନିଜକୁ ପ୍ରସ୍ତୁତ କରିଥିଲେ । ସେ ୟୁପିଏସସି ପରୀକ୍ଷା ଦେବା ପୂର୍ବରୁ ଦିଲ୍ଲୀର ନ୍ୟାସନାଲ ଲ ୟୁନିଭରସିଟିରୁ ଏଲଏଲବି ସମାପ୍ତ କରିଥିଲେ |

ସେ ୨୦୧୭ରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ | ସେହି ବର୍ଷ ସେ ଫର୍ମ ମଧ୍ୟ ଫିଲଅପ କରିଥିଲେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଶ୍ରବଣଶକ୍ତି ହରାଇଥିଲେ ବି ଦିବ୍ୟାଙ୍ଗ କୋଟାରେ ନୁହେଁ ବରଂ ସାଧାରଣ ବର୍ଗରେ ଫର୍ମ ଫିଲଅପ କରିଥିଲେ । ଏହା ପରେ ନିଜେ ଘରେ ରହି ପରିଶ୍ରମ କରିଥିଲେ ଓ ବିନା କୋଚିଂରେ ୟୁପିଏସସି ପରୀକ୍ଷାରେ ସମଗ୍ର ଭାରତରେ ୯ମ ସ୍ଥାନ ହାସଲ କରିଥିଲେ । ଏନେଇ ସେ କହିଛନ୍ତି ଯେ ଯେଉଁମାନେ ୟୁପିଏସସି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେମାନେ ଲେଖା ଅଭ୍ୟାସ କରିବା ସହିତ ନିୟମିତ ଖବରକାଗଜ ପଢନ୍ତୁ । କେବଳ ପ୍ରିଲିମ୍ ପାଇଁ ନୁହେଁ ବରଂ ଏକକାଳୀନ ମେନ୍ ପାଇଁ ମଧ୍ୟ ପ୍ରସ୍ତୁତ ହୁଅନ୍ତୁ । ସୌମ୍ୟା ଶର୍ମା ବର୍ତ୍ତମାନ ନାଗପୁରର ଜିଲ୍ଲା ପରିଷଦରେ ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି |

Comments are closed.