Latest Odisha News

BREAKING NEWS

ଘରର ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡରେ ରାଜୁତି କରୁଥିଲେ ୨ ଲକ୍ଷ ପାଖାପାଖି ମହୁମାଛି

ଲଣ୍ଡନ: ନାତି, ନାତୁଣୀ ଜେଜେବାପାଙ୍କୁ ବ୍ୟସ୍ତ ବିବ୍ରତ ହୋଇ କହିଲେ ଯେ, ସବୁ ଦିନ ରାତିରେ ଶୋଇବାକୁ ଗଲା ବେଳେ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଭୁଛି । ଆମେ ଭୟଭୀତ ହୋଇ ଶୋଇ ପାରୁନୁ । ସେମାନେ ବାରମ୍ବାର ଅଭିଯୋଗ କରିବା ପରେ ଜେଜେବାପା ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡ ମଧ୍ୟରୁ କିଛି ଶବ୍ଦ ଶୁଭୁଥିବା ଜାଣିବାକୁ ପାଇଥିଲେ । ଏହା ମଧ୍ୟରେ ଘରର ବାଥରୁମ ଛାତରେ ମହୁମାଛି ଦେଖିବାକୁ ପାଇଥିଲେ । ସେ ଲୋଚ ନେସ ହେସ କମ୍ପାନୀକୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ଥର୍ମାଲ ଇମେଜିଂ କ୍ୟାମେରାରେ ଯାହା ଦେଖିଲେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ପ୍ଲାଷ୍ଟରବୋର୍ଡ ତଳେ ତଳେ ପ୍ରାୟ ମହୁମାଛିଙ୍କ ୩ଟି ବଡ କଲୋନୀ ରହିଥିଲା ।

ଏଥିରେ ପାଖାପାଖି ୩ ଲକ୍ଷରୁ ଅଧିକ ମହୁମାଛି ରହୁଥିଲେ । କମ୍ପାନୀର ବିଶେଷଜ୍ଞ ପାଲକ ଆଣ୍ଡ୍ର‌୍ୟୁ କାର୍ଡ ଏହି ଅସ୍ଥାୟୀ ଛାତରୁ ମହୁମାଛିମାନଙ୍କ ବାହାର କରିବା ବ୍ୟବସ୍ଥା କରିଥିଲେ । ଏବେ ସବୁ କିଛି ଠିକଠାକ ଅଛି । ଏହି ଘଟଣା ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.