Latest Odisha News

ଆସାମରେ ଶିବ-ପାର୍ବତୀଙ୍କ ବେଶରେ ବାଇକ ଚଳାଇବା ନେଇ ବିବାଦ, ୨ ଗିରଫ

ଗୌହାଟୀ: ଆସାମରେ ରବିବାର ଶିବ-ପାର୍ବତୀଙ୍କ ରୂପରେ ବାଇକ ଚଳାଇବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନଙ୍କ ବିରୋଧ ପରେ ୨କଳାକାରଙ୍କୁ ଗିରଫ କରାଯାଇଛି । ଦରବୃଦ୍ଧି ବିରୋଧରେ ଏହି କଳାକାରମାନେ ପଥପ୍ରାନ୍ତ ନାଟକ କରୁଥିଲେ । ଶିବ-ପାର୍ବତୀଙ୍କ ରୂପରେ ସେମାନେ ବାଇକ ଚଳାଇ ତେଲ ଦର ବୃଦ୍ଧିଠାରୁ ଆରମ୍ଭ କରି ଅନ୍ୟ ଦିଗକୁ ଅଭିନୟ ମାଧ୍ୟମରେ ଦର୍ଶାଇଥିଲେ । ଏହି ଦୁଇ କଳାକାର ହେଲେ ବ୍ରିନିଚା ବୋରା ଓ ପରିସ୍ମିତା ଦାସ । ଅବଶ୍ୟ ସେମାନଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳି ଯାଇଥିଲା ।

ଘଟଣା ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, କୌଣସି ଦେବ ଦେବୀଙ୍କ ବେଶ ଭୂଷାରେ ଅଭିନୟ କରିବା କିଛି ଭୁଲ କଥା ନୁହେଁ । ମାତ୍ର ଅପତିଜନକ ବୟାନ ଦେବା ସହ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆଘାତ ଦେଲେ ତାହା ଭୁଲ । ଏଥିପ୍ରତି ସମସ୍ତ ଧର୍ମର ଲୋକ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.