ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ପୁନଃ ବଢ଼ୁଥିବା କୋଭିଡ୍ ସଂକ୍ରମଣ ଓ ସୀମାନ୍ତ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଦେଖି ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଥିଛନ୍ତି ।
ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଜାରି କରିଥିବା ଗାଇଡଲାଇନ୍ ପାଳନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । କଟକଣା ନ ମାନିଲେ ଗାଇଡ୍ଲାଇନ୍ ଅନୁସାରେ ଦଣ୍ଡିତ କରାଯିବ ବୋଲି କୁହାଯାଇଛି ।
ଶିକ୍ଷକ, ଛାତ୍ରଛାତ୍ରୀ ସମସ୍ତେ ମାସ୍କି ପିନ୍ଧିବା ସହ ଶାରିରୀକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଏହାଛଡ଼ା ଥର୍ମାଲ ସ୍କାନିଂ, ହ୍ୟାଣ୍ଡୱାସ୍ କିମ୍ବା ସାନିଟାଇଜର ବ୍ୟବହାର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ କରିବେ । ଏଥିପ୍ରତି ଶିକ୍ଷକ ଓ ସ୍କୁଲ୍ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି ।
Comments are closed.