Latest Odisha News

BREAKING NEWS

ରୋଷେଇ କରି ଧାରଣା ଦେଲେ ହିତାଧିକାରୀ

ପାଟଣାଗଡ: ବ୍ଲକ ସମ୍ମୁଖରେ ରୋଷେଇ କରି ଧାରଣା ଦେଲେ ଆବାସ ଯୋଜନା ହିତାଧିକାରୀ । ଆବାସ ଯୋଜନାରେ ଘର କରିବାକୁ ଆଦେଶ ଦେଲେ, କାର୍ଯ୍ୟାଦେଶ ପରେ ହିତାଧିକାରୀ ଘର ନିର୍ମାଣ କଲେ ହେଲେ ଗୋଟିଏ ବି କିସ୍ତି ଟଙ୍କା ପାଇଲେନି ହିତାଧିକାରୀ । ଏଭଳି ଏକ ଘଟଣାକୁ ନେଇ ପାଟଣାଗଡ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ପରିବାର ଅଭିନବ ଉପାୟରେ ରୋଷେଇ ବାସ କରି ଧାରଣାରେ ବସିଛନ୍ତି ହିତାଧିକାରୀ ।।

ପାଟଣାଗଡ ଘୁନଘୁଟିପାଲିର ସୁନ୍ଦରମଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ ହୋଇଥିଲେ । ତାଙ୍କ ପୁରୁଣା ଘରକୁ ଭାଙ୍ଗି ଧାର କରଜ କରି ନୂତନ ଘର ନିର୍ମାଣ କଲେ । ଘର କାର୍ଯ୍ୟ ସ୍ଲାପ ଲେବେଲ ପର୍ଯ୍ୟନ୍ତ ତିଆରି ହେଲା । ହେଲେ ଏଯାଏଁ ଗୋଟିଏ କିସ୍ତି ଟଙ୍କା ମଧ୍ୟ ମିଳିଲାନାହିଁ । କିସ୍ତି ଟଙ୍କା ପାଇଁ ବାରମ୍ବାର ପଂଚାୟତଠୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେ । ପରେ ବାଧ୍ୟ ହୋଇ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଧାରଣାରେ ବସିଛନ୍ତି ।

Comments are closed.