Latest Odisha News

BREAKING NEWS

ତୁର୍କିରେ ଭୂ-କମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା

ଅଙ୍କାରା: ପାକିସ୍ତାନ ପରେ ତୁର୍କୀରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରବଳ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ତୁର୍କୀରେ ପୂର୍ବରୁ ମଧ୍ୟ ଏକ ଭୟଙ୍କର ଭୂକମ୍ପ ଘଟିଥିଲା ​​ଯାହା ଦ୍ବାରା ବିପୁଳ ପରିମାଣର ଧ୍ୱଂସ ଘଟିଥିଲା । ଆଜିର ଏହି ଭୂକମ୍ପ କାରଣରେ ବର୍ତ୍ତମାନ ସୁଦ୍ଧା କୌଣସି ଧନ ଜୀବନ ନଷ୍ଟ ନେଇ ସୂଚନା ମିଳିପାରିନାହିଁ ।

ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି । ଏହାର କେନ୍ଦ୍ର ସ୍ଥଳ କେନ୍ଦ୍ର ବର୍ସା ପ୍ରାନ୍ତ ର ଜେମଲିକ୍ ସହର ନିକଟ ମରମାରା ସାଗରରେ ବୋଲି ଜଣାପଡିଛି । ସମୁଦ୍ରରେ ପ୍ରାୟ ନଅ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଛି । ସ୍ଥାନୀୟ ସମୟ ସକାଳ ୧୦ ଟା ୪୨ ଆନ୍ତର୍ଜାତୀୟ ସମୟ ୭ ଟା ୪୨ ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ଏହାପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ୧୧ ଟା ୫୨ ରେ ପାକିସ୍ତାନର ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଅନ୍ୟପକ୍ଷରେ ଫିଲିପାଇନ୍ସରେ ଗତକାଲି ମଧ୍ୟ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ପରେ ଦକ୍ଷିଣ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆ, ପାଲା ଏବଂ ମାଲେସିଆର କିଛି ଅଂଶରେ ସୁନାମି ହେବା ନେଇ ଆଶଙ୍କା ଦେଖାଦେଇଥିଲା ।

Comments are closed.