Latest Odisha News

ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’

ନୂଆଦିଲ୍ଲୀ: ବ୍ରାଜିଲରେ ପ୍ରବଳ ଝଡ଼ ଯୋଗୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏକ ୨୪ ମିଟର ଉଚ୍ଚ ପ୍ରତିକୃତି ଭୁଶୁଡ଼ି ପଡ଼ିଛି। ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏହି ପ୍ରତିକୃତିକୁ ଦକ୍ଷିଣ ବ୍ରାଜିଲର ଗୁଆଇବା ସହରସ୍ଥିତ ହାଭାନ୍ ମେଗାଷ୍ଟୋର ବାହାରେ ରଖାଯାଇଥିଲା। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରତିକୃତିଟି ପ୍ରଥମେ ଢଳି ପଡ଼ିଛି ଏବଂ ତା’ପରେ ପ୍ରବଳ ପବନ ଯୋଗୁଁ ଭୁଶୁଡୁ ଥିବା ଦେଖାଯାଉଛି। ତଳେ ପଡ଼ିବା ପରେ ପ୍ରତିମାର ମୁଣ୍ଡ ଖଣ୍ଡ ଖଣ୍ଡ ହୋଇଯାଇଛି।

ଗୁଆଇବା ମେୟର ମାର୍ସେଲୋ ମାରାନାଟା ପ୍ରତିକୃତି ଭୁଶୁଡ଼ିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁଯାୟୀ, ଏହି ଘଟଣାରେ କେହି ଆହତ ହୋଇଥିବା ରିପୋର୍ଟ ହୋଇନାହିଁ।

 

Comments are closed.