Latest Odisha News

BREAKING NEWS

ସ୍କୁଲ ଯିବାକୁ ଇଚ୍ଛା ନଥିଲା, ଛୁଟି ପାଇଁ ଦେଲେ ଏଭଳି ଧମକ… 

ନୂଆଦିଲ୍ଲୀ: ସ୍କୁଲ ଯିବାକୁ ଇଚ୍ଛା ନଥିଲା, ଛୁଟି ପାଇଁ ଚିନ୍ତା କଲେ ଏଭଳି ଉପାୟ।

ସୂଚନା ଅନୁଯାୟୀ, ନିକଟରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟକୁ ଇ-ମେଲ୍ ଯୋଗେ ବୋମା ଧମକ ମିଳିଥିଲା। ସୂଚନା ଅନୁଯାୟୀ, ନିକଟରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟକୁ ଇ-ମେଲ୍ ଯୋଗେ ବୋମା ଧମକ ମିଳିଥିଲା। ଯାହା ପରେ ଦିଲ୍ଲୀ ପୋଲିସ ପୂରାପୂରି ସକ୍ରିୟ ହୋଇ ଅନୁସନ୍ଧାନ ଆରମ୍ଭ କରିଥିଲେ।

ଏହି ଧମକ ପଠାଇଥିବା ପିଲା ଜଣକ ୧୪ ବର୍ଷର ସ୍କୁଲ ଛାତ୍ର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ସକାଳେ ସ୍କୁଲ୍ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ମେଲ୍ ଦେଖି ସତର୍କତା ଅବଲମ୍ବନ କରିବା ସହ ତରୁନ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଏନେଇ ପୋଲିସକୁ ମଧ୍ଯ ଜଣାଇଥିଲେ।
ଯେତେବେଳେ ଛାତ୍ର ଜଣକୁ ଜେରା କରାଯାଇଥିଲା, ସେତେବେଳେ ସେ ଦୋଷ ସ୍ୱୀକାର କରିଥିଲା। ଏହା ସହ ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ସେ ଏପରି କରିଥିବା ଛାତ୍ର ଜଣକ କହିଛନ୍ତି।

Comments are closed.