Latest Odisha News

BREAKING NEWS

ପୂର୍ବ ବଚସାକୁ ନେଇ ସ୍କୁଲ୍ ପରିସରରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

ଗଞ୍ଜାମ: ସ୍କୁଲ୍ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ ପରିସରରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଜଣେ ଛାତ୍ର ଅନ୍ୟ ଛାତ୍ରଙ୍କୁ ଛୁରି ଭୁସିଲା। ଗୁରୁତର ଛାତ୍ର ମେଡିକାଲରେ ଭର୍ତ୍ତି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରଘୁନାଥ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟରେ ପଢୁଥିବା ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା। ଏହି କାରଣରୁ ଶୁକ୍ରବାର ଜଣେ ଛାତ୍ର ସାଥୀରେ ଏକ ଛୁରି ନେଇ ସ୍କୁଲକୁ ଆସିଥିଲା। ସ୍କୁଲ ପରିସରରେ ଉକ୍ତ ଛୁରିରେ ଅନ୍ୟ ଛାତ୍ରଙ୍କୁ ଭୁସି ଦେଇଥିଲା।

ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ୨ ଛାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ସୂଚନା ରହିଛି। ପୂର୍ବ ବଚସାକୁ ନେଇ ଛୁରାମାଡ଼ ହୋଇଥିବା ବେଳେ ଘଟଣାକୁ ନେଇ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି।

 

Comments are closed.