Latest Odisha News

BREAKING NEWS

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ଉପରେ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର: ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ । ଫରେଷ୍ଟ ପାର୍କ ନିକଟରେ ପୋଲିସ ଉପରକୁ ଛାତ୍ର କଂଗ୍ରେସ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଅଭିଯୋଗ କରି ଛାତ୍ର କଂଗ୍ରେସ ଆଜି ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇଥିଲା ।

ଫରେଷ୍ଟ ପାର୍କ ନିକଟରେ ପୋଲିସ ଛାତ୍ର କଂଗ୍ରେସକୁ ଅଟକାଇବା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଛାତ୍ର କଂଗ୍ରେସ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଛନ୍ତି । ଛାତ୍ର କଂଗ୍ରେସ ନେତା କହିଛନ୍ତି, ସମୀର ଦାଶ ମନ୍ତ୍ରୀ ପଦରେ ରହି ତଦନ୍ତକୁ ବାଟବଣା କରୁଛନ୍ତି । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ।

ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ଜୟନାରାୟଣ କହିଛନ୍ତି, ନବୀନ ସରକାର ପ୍ରଚାର ସର୍ବସ୍ୱଷ । ନିର୍ବାଚନ ଆସିଲେ ଘୋଷଣା ମନେ ପଡ଼େ ।  ସେ କଣ ଘୋଷଣା କରିଥିଲେ ପରେ ନିଜେ ବି ଜାଣି ନଥାଆନ୍ତି । କଂଗ୍ରେସ ଆଜି ନବୀନ ନିବାସ ଘେରାଉ କରୁଛି, ଆମେ ୩୧ରେ କରିବୁ ।

Leave A Reply

Your email address will not be published.