Latest Odisha News

BREAKING NEWS

ASI କରୁଛି କଣ ? ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର…

ପୁରୀ: ଏଏସ୍ଆଇ ହାତରେ ସୁରକ୍ଷିତ ତ ଶ୍ରୀମନ୍ଦିର ? ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ ପଥର ଖସିବାର କିଛି ଦିନ ଭିତରେ ପୁଣି ଥରେ ପଥର ଖସିଛି । ଯାହାକୁ ନେଇ ସେବାୟତଙ୍କ ସହ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ପୂର୍ବରୁ ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ ପଥର ଖସିଥିଲା । ଯାହାର ମରାମତି ଆଜି ଯାଏ ହୋଇ ପାରିନାହିଁ । ରଥଯାତ୍ରା ସମୟରେ ଏହାର ମରାମତି ହେବା କଥା । ଶୁକ୍ରବାର ସନ୍ଧ୍ୟାରେ ଜଗମୋହନ ଓ ନାଟମଣ୍ଡପର ମିଶ୍ରଣ ସ୍ଥଳ ମୁଦୁଲି ଦ୍ୱାର ମାଜଣା ମଣ୍ଡପ ଠିକ୍ ଉପର ଭାଗରୁ ଜେଟିପି ମାନଙ୍କ ଚର୍ଚ୍ଚା ଘରରୁ ଗୋଟିଏ ଛୋଟିଆ ପଥର ଖସିଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।

ତେବେ ଜେଟିପି ଚର୍ଚ୍ଚା ଘର ଉପରୁ ଖସିଥିବା ପଥରଟି କେତେ ଓଜନର ସେନେଇ ନା ଏଏସ୍ଆଇ ନା ଶ୍ରୀମନ୍ଦିର ପ୍ରଶାସନ କୌଣସି ସୂଚନା ଦେଇ ନାହିଁ । ଶ୍ରୀମନ୍ଦିର ସୁରକ୍ଷା ଏଏସ୍ଆଇ ହାତରେ ରହିଥିବା ବେଳେ ବିଭିନ୍ନ ସମୟରେ ଏଭଳି ଘଟୁଥିବା ବେଳେ କେହି ଗୁରୁତ୍ୱ ଦେଇ ନାହାଁନ୍ତି ।

Leave A Reply

Your email address will not be published.