Latest Odisha News

ଅଜଣା ଟ୍ରକ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ

ଛତ୍ରପୁର: ଗଂଜାମ ଛତ୍ରପୁରରେ ଶନିବାର ଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ ଶିଳ୍ପାଞ୍ଚଳର ହରିଶଙ୍କର ପଣ୍ଡାଙ୍କ ଏକମାତ୍ର ପୁଅ ହରିଶଙ୍କର, ତାର ସାଙ୍ଗ ସ୍ପନ୍ଦନ ଦାଶ ଓ ସ୍ୱୟଂସିଦ୍ଧ ନିକଟସ୍ଥ ତାମ୍ପରା ବୋଟ୍ କ୍ଲବକୁ ଯାଇଥିଲେ । ସେଠାରୁ ଫେରୁଥିବା ବାଟରେ ହିଁ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ବୁଲେଟରେ ହରିଶଙ୍କର ଓ ସ୍ପନ୍ଦନ ଥିବା ବେଳେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଟ୍ରକ ଚକା ତଳେ ଚାପି ହୋଇ ଓମକାରଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ପକ୍ଷରେ ସ୍ପନ୍ଦନଙ୍କର ହାତ ଭାଙ୍ଗି ଯାଇଛି ।
ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଓମକାର ଓ ତାଙ୍କ ସାଙ୍ଗମାନେ ସ୍ଥାନୀୟ ଡି ପଲ୍ ସ୍କଲର ଦଶମ ଶ୍ରେଣୀର ଛାତ୍ର ଅଟନ୍ତି ।

ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଏହାର ଡ୍ରାଇଭରକୁ ଧରିବା ପାଇଁ ତଦନ୍ତ ଚଳାଇଛି ।

Leave A Reply

Your email address will not be published.