Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଥର ବିନା ଶୁଳ୍କରେ ବୁଲିପାରିବେ ଭିତରକନିକା ଜାତୀୟ ଉଦ୍ୟାନ !

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜାତୀୟ ଉଦ୍ୟାନ ‘ଭିତରକନିକା’ରେ ଏଥର ମାଗଣାରେ ପ୍ରବେଶ କରିବା ସହ ନୌକା ବିହାର କରିପାରିବେ ଛାତ୍ରଛାତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରବେଶ ଶୁଳ୍କ ସହ ନୌକା ବିହାର ପାଇଁ ଧାର୍ଯ୍ୟ କରାଯାଇଥିବା ଶୁଳ୍କ ଯୋଗୁଁ ଛାତ୍ରଛାତ୍ରୀ ମାନେ ଭିତରକନିକା ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଦର୍ଶାଇ ବନବିଭାଗ ନେଇଛି ଏକ ବଡ଼ ନିଷ୍ପତ୍ତି ।

ବନବିଭାଗର ସୂଚନା ଅନୁସାରେ ଜାତୀୟ ଛୁଟି(ନ୍ୟାସନାଲ ହଲିଡ଼େ) ଗୁଡିକରେ ଛାତ୍ରଛାତ୍ରୀ ମାନେ ବିନା ଶୁଳ୍କରେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ସହ ନୌକା ବିହାର ମଧ୍ୟ କରିପାରିବେ ।

ରାଜନଗର ବନଖଣ୍ଡସ୍ଥ ବିଭାଗୀୟ ବନ ଅଧିକାରୀ ବିମଲ ପ୍ରସନ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଗାନ୍ଧୀ ଜୟନ୍ତୀ, ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଭଳି ଜାତୀୟ ଛୁଟି ଦିନ ଗୁଡିକରେ ଏହା ମଧ୍ୟକୁ ମାଗଣାରେ ପ୍ରବେଶ କରିବା ସହ ବିନା ଶୁଳ୍କରେ ନୌକା ବିହାର ମଧ୍ୟ କରିପାରିବେ ।

Leave A Reply

Your email address will not be published.