Latest Odisha News

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ବିକ୍ଷୋଭକାରୀଙ୍କ ଉପରେ ଟିୟର ଗ୍ୟାସ ମାଡ

କୋଲକାତା: ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନକୁ ଦିନ କୋଲକାତାରେ ମମତା ସରକାରଙ୍କ ବିରୋଧରେ ବିକ୍ଷୋଭ ବଢ଼ିବାରେ ଲାଗିଛି । ମମତା ସରକାରଙ୍କୁ ଧିକ୍କାର କରି ରାଜରାସ୍ତାରେ ଗର୍ଜୁଛନ୍ତି ଶହ ଶହ ଜନତା । ପୋଲିସ-ଛାତ୍ର ମୁହାଁମୁହିଁ । ବିକ୍ଷୋଭ ଭାଙ୍ଗିବାକୁ ପାଣିମାଡ଼ ସହ ବିକ୍ଷୋଭକାରୀଙ୍କ ଉପରେ ଟିୟର ଗ୍ୟାସ ପ୍ରୟୋଗ କରିଛି ପୋଲିସ l

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତାତିଛନ୍ତି ଛାତ୍ର ସଂଗଠନ l ଛାତ୍ର ସମାଜ ପକ୍ଷରୁ କୋଲକାତାରେ ବିଶାଳ ଜନ ସମାବେଶ କରାଯାଇଛି l ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ ଘେରାଉ କରିବା ସହ କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରିଛନ୍ତି ଛାତ୍ର ସଂଗଠନ l ସିଏମ୍‌ କାର୍ଯ୍ୟାଳୟ ନବାନ୍ନ ଅଭିମୁଖେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯାଉଥିବା ବେଳେ ହାୱଡା ନିକଟରେ ଛାତ୍ରଛାତ୍ରୀଙ୍କ ସହ ପୋଲିସର ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି l ସେପଟେ ନବାନ୍ନକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଲୁହା ଏବଂ ବାଉଁଶ ବ୍ୟାରିକେଟ୍ ଦେଇ ସିଲ୍ କରି ଦିଆଯାଇଛି । ବ୍ୟାରିକେଡ୍‌ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଛନ୍ତି ଛାତ୍ରଗୋଷ୍ଠୀ l ଅନ୍ୟପଟେ ସେପଟେ କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି ।

ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ଏହି ଡାକରା ଦେଇଛି । କୋଲକାତା ଲଜ୍ଜାକୁ ସରକାର ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ଦୃଢ ବିରୋଧ କରି ରବିନ୍ଦ୍ରଭାରତୀ ବିଶ୍ବବିଦ୍ୟାଳୟର ଏମଏ ଛାତ୍ର ପ୍ରବୀର ଦାସ ଓ କଲ୍ୟାଣୀ ବିଶ୍ବବିଦ୍ୟାଳୟର ଶୁଭଙ୍କର ହଳଧର ଏବଂ ଶହାନ ଲହିଡୀ ଏହି ବିକ୍ଷୋଭର ନେତୃତ୍ବ ନେବେ ବୋଲି ଘୋଷଣା କରିଛନ୍ତି ।

Comments are closed.