Latest Odisha News

ନିଆଁରେ ଜଳୁଥିବା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର, ପୋଡ଼ିଗଲା ୯୦ ଭାଗ ଶରୀର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିନ୍ଦିରିମାଳା ଛକରେ ଜଳୁଥିବା ଅବସ୍ଥାରେ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଲୋକେ ଜଳୁଥିବା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ମାଲକାନଗିରି ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡ଼ାକ୍ତରଙ୍କ ସୂଚନାନୁଯାୟୀ ଛାତ୍ର ଜଣଙ୍କର ୯୦ ଭାଗ ଶରୀର ଦଗ୍ଧ ହୋଇଯାଇଛି ।

ଏହା କୌଣସି ପ୍ରକାର ଦୂର୍ଘଟଣା କି ଛାତ୍ରଙ୍କୁ କେହି ପୋଡ଼ିଦେଇଛି ଅଥବା ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଏସମ୍ପର୍କରେ ତଦନ୍ତ ଜାରି ରଖିଛି ।

“ଏହି ୧୬ ବର୍ଷର ଛାତ୍ର ଜଣକ ଡ଼ାକ୍ତରଖାନାକୁ ଆସିବା ପୂର୍ବରୁ ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିଲା ।

ଡ଼ାକ୍ତରଖାନାରେ ତାଙ୍କର ସମସ୍ତ ପ୍ରାଥମିକ ଚିକିତ୍ସା ସରିଛି । ବର୍ତ୍ତମାନ ସର୍ଜରୀ ବିଶେଷଜ୍ଞ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି,”ବୋଲି କହିଛନ୍ତି ମାଲକାନଗିରି ସଦର ଡ଼ାକ୍ତରଖାନାର ଡ଼ାକ୍ତର ସନ୍ତୋଷ ସେନାପତି ।

Leave A Reply

Your email address will not be published.