Latest Odisha News

ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଶିକ୍ଷକ ଆସି ଟେକି ନେଇଗଲେ

ପାଟନା : ଅଧିକାଂଶ ପିଲା ଛୋଟବେଳେ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି । ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ୱ କାରଣ ଥିଲା । ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି । କୁହାଯାଏ ଯେ ପୂର୍ବରୁ ଯେତେବେଳେ ପିଲାମାନେସ୍କୁଲକୁ ନ ଯାଉଥିଲେ ସେତେବେଳେ ଶିକ୍ଷକ ନିଜେ ଆସି ପିଲାଟିକୁ ସ୍କୁଲକୁ ନେଉଥିଲେ । ଏବେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛିି । ଯେଉଁଥିରେ ଜଣେ ଶିକ୍ଷକ ପିଲାକୁ ଘରୁ ଟେକି ଟେକି ସ୍କୁଲକୁ ନେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିବା ପରେ ଅନେକେ ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି ।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓ ବିହାରର ଛାପରାର ବୋଲି ଜଣାପଡିଛି । ଯେଉଁଥିରେ ଶିକ୍ଷକ ସ୍କୁଲକୁ ନ ଆସି ଲୁଚିଥିବା ଛାତ୍ରଙ୍କୁ ତାଙ୍କର ସହପାଠୀଙ୍କ ସହିତ ଘରୁ ଟେକି ଟେକି ସ୍କୁଲକୂ ନେଇଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଲେଖିଛନ୍ତି ସେମାନେ ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଉଛନ୍ତି ।

Comments are closed.