Latest Odisha News

BREAKING NEWS

୨୬ ଘଣ୍ଟା ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କଲେ ଛାତ୍ରଛାତ୍ରୀ

ଯୋଧପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଇଛି । ଯୋଗ ଦିବସ ପାଳନ ପରେ ଲୋକମାନଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତାର ଧାରା ମଧ୍ୟ ବୃଦ୍ଧି ପାଇଛି । ଅନେକ ଲୋକ ଯୋଗକୁ ନେଇ ମଧ୍ୟ ଅଭିନବ ପ୍ରୟାସ କରୁଛନ୍ତି । ଯୋଗରେ ବିଭିନ୍ନ ଆସନ ମଧ୍ୟରୁ ସୂର୍ଯ୍ୟ ନମସ୍କାର ସବୁଠାରୁ ଲୋକପ୍ରିୟ । ଏବେ ୨୬ ଘଣ୍ଟା ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ଼ କରିଛନ୍ତି ଯୋଧପୁରର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।

ରାଜସ୍ଥାନ ଯୋଧପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଯୋଧପୁରର ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟ ଦ୍ୱାରା ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ୨୬ ଘଣ୍ଟା ଧରି ସୂର୍ଯ୍ୟ ନମସ୍କାର କରି ଏହି ବିଶ୍ୱ ରେକର୍ଡ କରିଛନ୍ତି । ଛାତ୍ରଛାତ୍ରୀମାନେ ସକାଳ ୮ଟାରୁ ସୂର୍ଯ୍ୟ ନମସ୍କାର ଆରମ୍ଭ କରି ତାପରଦିନ ପୂର୍ବାହ୍ନ ସାଢେ୧୦ଟା ପର୍ଯ୍ୟନ୍ତ କ୍ରମାଗତ ଭାବରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଥିଲେ । ଯୋଗ ଏବଂ ସୂର୍ଯ୍ୟ ନମସ୍କାର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଏହାର ମୂୂଳ ଉଦ୍ଦେଶ୍ୟ ଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

Comments are closed.