Latest Odisha News

ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଛନ୍ତି । ଦେଶରେ ୪୯.୯ ପ୍ରତିଶତ ଛାତ୍ରଛାତ୍ରୀ ଦଶମରେ ପାଠ ପଢା ଛାଡ଼ିଛନ୍ତି । ଦେଶରେ ଏହି ତାଲିକାରେ ଓଡ଼ିଶା ପ୍ରଥମରେ ରହିଛି । ସେହିପରି ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫ ପ୍ରତିଶତ), ଚତୁର୍ଥରେ କର୍ଣ୍ଣାଟକ(୨୮.୫ ପ୍ରତିଶତ) ରହିଥିବା ଏକ ଲିଖିତ ଉତ୍ତରରେ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡିଏମକେ ଏମପି କଳାନିଧି ବିରସ୍ୱମୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ନିକଟରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ ଆଧାର କରି ସରକାର ପ୍ରାୟ ୩.୫ ନିୟୁତ ଛାତ୍ରୀଛାତ୍ର ଦଶମ ଶ୍ରେଣୀରେ ପାଠପଢା ଛାଡିଛନ୍ତି । ୨୦୨୨ ମସିହାରେ ୧,୮୯,୯୦,୮୦୯ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ୨୯,୫୬,୧୩୮ ଛାତ୍ର ପରବର୍ତ୍ତୀ ଶ୍ରେଣୀକୁ ଯିବାରେ କରିବାରେ ବିଫଳ ହୋଇଥିଲେ ।

ତେବେ ପରୀକ୍ଷାରେ ବିଫଳ ହେବାର କାରଣ ସମସ୍ତଙ୍କ ପାଇଁ ଭିନ୍ନ ହୋଇପାର । ଯେପରିକି, ବିଦ୍ୟାଳୟରେ ନ ଯିବା, ବିଦ୍ୟାଳୟରେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସରଣ ନ କରିବା, ଅଧ୍ୟୟନରେ ଆଗ୍ରହର ଅଭାବ, ପ୍ରଶ୍ନପତ୍ରର ଅସୁବିଧା, ଗୁଣାତ୍ମକ ଶିକ୍ଷକଙ୍କ ଅଭାବ, ପିତାମାତା, ଶିକ୍ଷକ ଏବଂ ବିଦ୍ୟାଳୟଗୁଡ଼ିକର ସମର୍ଥନ ଅଭାବ ଇତ୍ୟାଦି ରହିଛି । ଏହାବାଦ, ଶିକ୍ଷା ସମ୍ବିଧାନର ଏକକାଳୀନ ତାଲିକାରେ ଅଛି ଏବଂ ଅଧିକାଂଶ ବିଦ୍ୟାଳୟ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଅଧୀନରେ ଅଛି ବୋଲି ପ୍ରଧାନ କହିଛନ୍ତି । ଏହି ସମୟରେ ସେ ୨୦୧୮ ରୁ ୨୦୨୧-୨୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଦଶମରେ ପାଠ ପଢା ଛାଡିଥିବା ବିଦ୍ୟାର୍ଥୀଙ୍କ ତଥ୍ୟ ଦେଇଥିଲେ ।

Comments are closed.