Latest Odisha News

କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ଓ୍ୱାଇ-ଫାଇ ସୁବିଧା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ମାଗଣା ଓ୍ୱାଇ-ଫାଇ ସୁବିଧା ଦେବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ଘୋଷଣା ଅନୁଯାୟୀ ସାରା ଓଡ଼ିଶାର କଲେଜ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ମାଗଣା ଓ୍ୱାଇ-ଫାଇ ସୁବିଧା ମିଳିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ଜିବି ଡାଟା ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବାଇ-ଫାଇ ବ୍ୟବସ୍ଥା ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ।

ଉଲ୍ଲେଖଯୋଗ୍ୟ, ଏବେ ସାରା ଦେଶରେ ପାଠ ପଢା ପାଇଁ ଇଣ୍ଟରନେଟ୍ ଗୋଟିଏ ବଡ ଭୂମିକା ନେଉଛି। ତେଣୁ କଲେଜ ଏବଂ ବିଶ୍ବବିଦ୍ୟାଳୟ ଭଳି ଶିକ୍ଷାନୁ୍ଷ୍ଠାନରେ ଇଣ୍ଟରନେଟ୍ ଉପଲବ୍ଧ ହୋଇପାରିଲେ ପାଠ ପଢ଼ା ଅଧିକ ସହଜ ଓ ସରଳ ହୋଇପାରିବ। ଯାହା ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାନଦଣ୍ଡରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଘରୋଇ ବିଶ୍ବବିଦ୍ୟାଳୟ ଏବଂ କଲେଜ ଆଦି ଗୁଡିକରେ କ୍ୟାମ୍ପସ ପରିସରରେ ମାଗଣା ଓ୍ୱାଇ ଫାଇ ଭଳି ସେବା ଉପଲବ୍ଧ ଥିବା ବେଳେ ଏବେ ରାଜ୍ୟ ସରକାର ସମାନ ସେବା ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହା ଛାତ୍ରଛାତ୍ରୀଙ୍କୁ ସରକାରୀ କଲେଜରେ ନାମଲେଖାଇବାକୁ ଆକୃଷ୍ଟ କରିବ।

Comments are closed.