Latest Odisha News

BREAKING NEWS

ମୋବାଇଲ ଫ୍ଲାସ ଲାଇଟ୍ ଜଳାଇ ପରୀକ୍ଷା ଖାତାରେ ଉତ୍ତର ଲେଖିଲେ ଛାତ୍ରଛାତ୍ରୀ

ଥିରୁଅନନ୍ତପୁରମ: ପରୀକ୍ଷାରେ ବଡ ବିଭ୍ରାଟ । ପରୀକ୍ଷା ହଲ ଭିତରେ ମୋବାଇଲ ଧରି ବିଦ୍ୟାର୍ଥୀ ପ୍ରଶ୍ନ ପତ୍ରରର ଉତ୍ତର ଲେଖିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳରେ । ଏର୍ଣ୍ଣାକୁଲମର ମହାରାଜା କଲେଜରେ ବିଜୁଳି ବିଭ୍ରାଟ ପରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ମୋବାଇଲ୍ ଫୋନ୍ ଫ୍ଲାସ୍ ଲାଇଟ୍ ସାହାଯ୍ୟରେ ପରୀକ୍ଷା ଖାତାରେ ଉତ୍ତର ଲେଖିବାକୁ କୁହାଯାଇଥିଲା । ଏବେ ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।

ସୋମବାର ଲଗାଣ ବର୍ଷା ଯୋଗୁଁ କଲେଜରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଥିଲା ଏବଂ ଅଧିକାଂଶ ପରୀକ୍ଷା ହଲ୍ ଅନ୍ଧାର ହୋଇ ଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟ ଅତିବାହିତ ହୋଇଯାଉଛି କହି ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ପରୀକ୍ଷା ପରିଚାଳକମାନେ ସେମାନଙ୍କୁ ମୋବାଇଲ୍ ମୋବାଇଲର ଫ୍ଲାସଲାଇଟ୍ ବ୍ୟବହାର କରି ପରୀକ୍ଷାରେ ଲେଖିବାକୁ ଅନୁମତି ଦେଇଥିଲେ। କିନ୍ତୁ ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ ଫୋନ୍ ନେବାରେ ବାରଣ ରହିଛି ।

ଛାତ୍ରଛାତ୍ରୀ ଦୁଇ ଘଣ୍ଟା ଧରି ଗୋଟିଏ ହାତରେ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଧରି ପରୀକ୍ଷା ଖାତାରେ ଉତ୍ତର ଲେଖୁଥିବାର ନଜିର ରହିଛି । ସ୍ୱୟଂଶାସିତ ମହାବିଦ୍ୟାଳୟ ହୋଇଥିବାରୁ କର୍ତ୍ତୃପକ୍ଷ ଚାହିଁଥିଲେ ପରୀକ୍ଷା ବାତିଲ କରି ପୁନଃ ପରୀକ୍ଷା ତାରିଖ ଘୋଷଣା କରି ପାରିଥାନ୍ତେ।

ଏବେ କଲେଜ ପକ୍ଷରୁ ୭୭ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ପାଓ୍ୱାର ଜେନେରେଟରର ବ୍ୟବହାରକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କଲେଜ ଅଧ୍ୟକ୍ଷ ଭି ଅନିଲ କହିଛନ୍ତି ଯେ, ପରୀକ୍ଷା ସୁପରିଟେଣ୍ଡେଣ୍ଟଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି। ଏବଂ କିଏ ଏହି ବ୍ୟକ୍ତି ଜଣକ ଯିଏ ମୋବାଇଲ ନେବାକୁ ଅନୁମତି ଦେଇଥିଲେ ତାହା ଜଣାପଡିନି। ସୁପରିଟେଣ୍ଡେଣ୍ଟ ଦେଇଥିବା ସ୍ପଷ୍ଟୀକରଣକୁ ବୁଧବାର ପରୀକ୍ଷା ଷ୍ଟାଣ୍ଡିଂ କମିଟି ବୈଠକରେ ଅନୁଧ୍ୟାନ କରାଯିବ।

ତେବେ ଜଣେ ଅଧ୍ୟାପକ ନାମ ଗୋପନ ରଖି କହିଛନ୍ତି, ଜଣେ ପରୀକ୍ଷା ପରିଚାଳକ ଏହି ଘଟଣାର ମୋହରା ହେବେ । ଏହି ପରିସ୍ଥିତି ସେତେବେଳେ ଘଟିଥିଲା ଯେତେବେଳେ ରୁସା ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କଲେଜ ପାଇଁ ଏକ ହାଇ ଟେନସନ୍ ଲାଇନ୍ ସ୍ଥାପନ କରାଯାଇଥିଲା। ଏଚ୍. ଟି. ଲାଇନ୍ ସବୁଦିନ ପାଇଁ କଲେଜର ବିଦ୍ୟୁତ୍ ସମସ୍ୟାର ସମାଧାନ କରିବ ବୋଲି ପ୍ରଚାର କରାଯାଇଥିଲା। କିନ୍ତୁ ଓଲଟା ହେଲା ଏବଂ ତାହା ମଧ୍ୟ ପରୀକ୍ଷା ସମୟରେ। ଜେନେରେଟର ଭଳି ବିକଳ୍ପ ବ୍ୟବସ୍ଥା କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଅନ୍ୟ ଅଧ୍ୟାପକ ଅଭିଯୋଗ କରିଛନ୍ତି।

ଅଧ୍ୟାପକମାନେ ପରୀକ୍ଷା ସୁପରିଟେଣ୍ଡେଣ୍ଟଙ୍କ ସହ ଯୋଗାଯୋଗ କରିବାରୁ ସେ ମୋବାଇଲକୁ ଅନୁମତି ଦେବାକୁ କହିଥିଲେ ବୋଲି ଅଧ୍ୟାପକ କହିଛନ୍ତି। ଅନ୍ୟ ଜଣେ ସହକାରୀ ପ୍ରଫେସର କହିଛନ୍ତି, ସ୍ୱୟଂଶାସିତ ମହାବିଦ୍ୟାଳୟ ନିଜର ପରୀକ୍ଷା ସମୟ ସାରଣୀ ଓ ପ୍ରଶ୍ନପତ୍ର ନିର୍ଦ୍ଧାରଣ କରିଥାଏ। ହଲ୍ ଭିତରକୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ଦେବା ପରିବର୍ତ୍ତେ କର୍ତ୍ତୃପକ୍ଷ ପରୀକ୍ଷା ବାତିଲ କରି ପାରିଥାନ୍ତେ।

ତେବେ ପରୀକ୍ଷା ଦାୟିତ୍ୱରେ ଥିବା ପି. ପି. ରମେଶ କହିଛନ୍ତି ଯେ, ମୋବାଇଲ ଫୋନର ଟର୍ଚ୍ଚ ଲାଇଟ୍ କେବଳ ଅଳ୍ପ ସମୟ ପାଇଁ ବ୍ୟବହାର କରାଯାଉଥିଲା। ମୋବାଇଲ୍ ଫୋନରେ ଟର୍ଚ୍ଚ ଲାଇଟ୍ ବ୍ୟବହାର କରି ଛାତ୍ରଛାତ୍ରୀମାନେ ପୂରା ପରୀକ୍ଷାକୁ ଲେଖିଥିବା ଅଭିଯୋଗ ଠିକ୍ ନୁହେଁ।

Leave A Reply

Your email address will not be published.