Latest Odisha News

BREAKING NEWS

କିଟ୍‍ ଓ କିସ୍‍ ପରିଦର୍ଶନ କଲେ ସଂସଦୀୟ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍‍ ଓ କିସ୍‍ ଦର୍ଶନ କରିଛନ୍ତି।

ସାଂସଦ ଡ. ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ବୁଲି ଦେଖିବା ସହ କିସ୍‍ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ଏହି ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଡ. କୁଲସ୍ତେ କହିଥିଲେ, ଦେଶ ବିଦେଶରେ ମୁଁ ବହୁ ଅନୁଷ୍ଠାନ ବୁଲିଛି, କିନ୍ତୁ କିସ୍‍ ଭଳି ଅନୁଷ୍ଠାନ କେଉଁଠି ଦେଖିନାହିଁ । ଏଠାରେ ରହିଥିବା ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଦକ୍ଷତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ। ଏତେ ସଂଖ୍ୟକ ପିଲାଙ୍କୁ ଗୋଟିଏ ସ୍ଥାନରେ ରଖି ପାଠ ପଢ଼ାଇବା ସହ ସେମାନଙ୍କ ପ୍ରତିଭା ଚିହ୍ନଟ କରି ତାହାର ବିକାଶ କରାଇବା ସହଜସାଧ୍ୟ କାମ ନୁହେଁ। ଏଠାରେ ଜନଜାତି ପିଲାମାନେ ସେମାନଙ୍କର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶୃଙ୍ଖଳିତ ଭାବେ ଶିକ୍ଷାଲାଭ କରିବା ସହ କ୍ରାଡ଼ା ଓ ଅନ୍ୟାନ୍ୟ କ୍ଷେତରେ ସଫଳତା ହାସଲ କରିପାରୁଛନ୍ତି।

ଗୋଟିଏ ବାକ୍ୟରେ କହିବାକୁ ଗଲେ କିସ ହେଉଛି ଏକ ବିସ୍ମୟ, ଭାରତର ଐତିହ୍ୟ। ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟ କିସ୍‍ ମଡ଼େଲ୍‍ କାର୍ଯ୍ୟକାରୀ ହେବା ଆବଶ୍ୟକ। ସମଗ୍ର ଦେଶରେ କିସ୍‍ ମଡ଼େଲ ଲାଗୁ ପାଇଁ ସଂସଦୀୟ କମିଟି ପ୍ରୟାସ କରିବ ବୋଲି ଡ. କୁଲସ୍ତେ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରତିମା ମଣ୍ଡଳ କହିଛନ୍ତି, ସମାଜ ଓ ଦେଶର ବିକାଶ ପାଇଁ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ। କିସ୍‍ ଦ୍ୱାରା କରାଯାଉଥିବା ପ୍ରୟାସ ଜନଜାତିଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ଉଦାହରଣ । କିସ୍‍ ପରିଦର୍ଶନ କରି ବାସ୍ତବରେ ମୋର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହୋଇପାରିଛି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିପାରୁଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

 

Leave A Reply

Your email address will not be published.