Latest Odisha News

BREAKING NEWS

ଫୁଲୁଛି ସୁବର୍ଣ୍ଣରେଖା: ରାଜଘାଟରେ ବିପଦ ସଙ୍କେତ ଟପିଲା

ବାଲେଶ୍ୱର: ଫୁଲୁଛି ସୁବର୍ଣ୍ଣରେଖା । ବାଲେଶ୍ୱର ଜିଲ୍ଲା ରାଜଘାଟରେ ବିପଦ ସଙ୍କେତ ଟପିଛି । ଏବେ ସୁବର୍ଣ୍ଣରେଖାରେ ୧୦.୪୧ ମିଟର ବନ୍ୟା ପାଣି ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର। ଗାଲୁଡିହ ବ୍ୟାରେଜ୍ ଦେଇ ୬ହଜାର ୧୦୦ କ୍ୟୁସେକ୍ ବନ୍ୟା ପାଣି ନିଷ୍ପାସିତ ହେଉଛି ।

ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇଛି । ଏହାଦ୍ୱାରା ଭୋଗରାଇ ବ୍ଲକର ୪୦ ଗାଁ ଓ ବାଲିଆପାଳ ବ୍ଲକର ୩୦ ଗାଁ ପ୍ରଭାବିତ ହୋଇଛି । ନଦୀ ଅବବାହିକାର ତଳି ଅଞ୍ଚଳ ଜଳମଗ୍ନ ହୋଇଛି । କିଛି ସ୍ଥାନରେ ରାସ୍ତା ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖାର ବନ୍ୟା ପାଣି । ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.