ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ଆଗାମି ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବାନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମହିଳାଙ୍କ କଲ୍ୟାଣ ପାଇଁ ଓଡିଶାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ବାଚନ ପୂର୍ବରୁ ବିଜେପି ସରକାର ତାଙ୍କ ଇସ୍ତାହାରରେ ଘୋଷଣା କରିଥିଲେ । ଏହି ସହାୟତା ରାଶି ମାଧ୍ୟମରେ ୨ବର୍ଷ ମଧ୍ୟରେ ହିତାଧିକାରୀ ମହିଳାମାନଙ୍କୁ ୫୦,୦୦୦ ଟଙ୍କା ନଗଦ ଭାଉଚର ଦିଆଯିବ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିସହ ମହିଳାଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଅନେକ ବଡବଡ ଯୋଜନା ବିଷୟରେ ମଧ୍ୟ ଅବଗତ କରିଥିଲେ ଜେପି ନଡ୍ଡା । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସୁଭଦ୍ରା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ସୂଚନା ଦେଇଥିଲେ ନଡ୍ଡା ।
ତେବେ ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟବାସୀଙ୍କୁ ଅନେକଗୁଡିଏ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ସେଥି ମଧ୍ୟରୁ ସୁଭଦ୍ରା ଯୋଜନା ସବୁଠାରୁ ଆକର୍ଷିତ ପ୍ରତିଶ୍ରୁତି ଥିଲା। ସରକାର ଗଠନ ହେବାର କିଛି ଘଣ୍ଟା ପରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଆଗାମୀ ୧୦୦ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୫୦ ହଜାର ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ ବୋଲି କହିଥିଲେ । ତେବେ ଆଗାମୀ ଦିନରେ ଏହି ଯୋଜନାର ରୂପରେଖ କଣ ହେବ ସେ ନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
BREAKING NEWS
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
- Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
Comments are closed.