ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ଆଗାମି ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବାନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମହିଳାଙ୍କ କଲ୍ୟାଣ ପାଇଁ ଓଡିଶାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ବାଚନ ପୂର୍ବରୁ ବିଜେପି ସରକାର ତାଙ୍କ ଇସ୍ତାହାରରେ ଘୋଷଣା କରିଥିଲେ । ଏହି ସହାୟତା ରାଶି ମାଧ୍ୟମରେ ୨ବର୍ଷ ମଧ୍ୟରେ ହିତାଧିକାରୀ ମହିଳାମାନଙ୍କୁ ୫୦,୦୦୦ ଟଙ୍କା ନଗଦ ଭାଉଚର ଦିଆଯିବ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିସହ ମହିଳାଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଅନେକ ବଡବଡ ଯୋଜନା ବିଷୟରେ ମଧ୍ୟ ଅବଗତ କରିଥିଲେ ଜେପି ନଡ୍ଡା । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସୁଭଦ୍ରା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ସୂଚନା ଦେଇଥିଲେ ନଡ୍ଡା ।
ତେବେ ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟବାସୀଙ୍କୁ ଅନେକଗୁଡିଏ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ସେଥି ମଧ୍ୟରୁ ସୁଭଦ୍ରା ଯୋଜନା ସବୁଠାରୁ ଆକର୍ଷିତ ପ୍ରତିଶ୍ରୁତି ଥିଲା। ସରକାର ଗଠନ ହେବାର କିଛି ଘଣ୍ଟା ପରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଆଗାମୀ ୧୦୦ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୫୦ ହଜାର ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ ବୋଲି କହିଥିଲେ । ତେବେ ଆଗାମୀ ଦିନରେ ଏହି ଯୋଜନାର ରୂପରେଖ କଣ ହେବ ସେ ନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.