Latest Odisha News

BREAKING NEWS

ଖୋଲିବ କି ନେତାଜୀଙ୍କ ଜୀବନ ରହସ୍ୟ, ସାମ୍ନାକୁ ଆସିଲା ୭୪ ବର୍ଷ ପୁରୁଣା ଅପ୍ରକାଶିତ ପୁସ୍ତକ

‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ଯେତେବେଳେ ବି ଏହି ସ୍ଲୋଗାନ କାନରେ ବାଜେ, ସେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ମନରେ ଆସିଥାଏ ।  ଜାନୁୟାରୀ ୨୩, ୧୮୯୭ରେ ଜନ୍ମ ନେତାଜୀ । ତାଙ୍କ ଜୀବନ ଥିଲା ଏକ ଖୋଲା ବହି । ତାଙ୍କ ଜୀବନରେ ଯାହା ଘଟିଥିଲା ସେ ବିଷୟରେ ସମସ୍ତେ ଜାଣିଛନ୍ତି । ଭାରତକୁ ସ୍ୱାଧୀନ କରିବା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି ।

ମହାନ ସ୍ୱାଧୀନତା ସଂଗ୍ରାମୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ଆଜି ସାରା ଦେଶରେ ପାଳନ କରାଯାଉଛି। ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଲୋକମାନେ ତାଙ୍କର ବୀରତ୍ୱର କାହାଣୀକୁ ମନେ ରଖିଛନ୍ତି | ଆଜିର ଦିନକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି |  କିନ୍ତୁ ଏସବୁ ମଧ୍ୟରେ, ନେତାଜୀଙ୍କ ଜୀବନକୁ ନେଇ ଲେଖାଯାଇଥିବା ‘ଆଇଏନଏର ଇତିହାସ’  ଯାହା  ୧୯୪୯-୫୦ମସିହାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଉଦ୍ଦିଷ୍ଟ ଥିଲା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହି । ଏଥିରେ ନେତାଜୀଙ୍କ ଜୀବନର ଅନେକ ରହସ୍ୟ ଲୁଚି ରହିଛି ।

ସ୍ୱର୍ଗତ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ଗୁପ୍ତାଙ୍କ ନେତୃତ୍ୱରେ ଏକ ଗବେଷକ ଟିମ ଦ୍ୱାରା ଏହି ପୁସ୍ତକ ସଂକଳନ କରାଯାଇଥିଲା ।    କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଥିଲା ଯେ, ଏହା ଜୁଲାଇ ୨୦୧୧ଶେଷ ସୁଦ୍ଧା ପ୍ରକାଶ ପାଇବ  ।  କିନ୍ତୁ ଏହା ସମ୍ଭବ ହୋଇପାରିଲା ନଥିଲା  ।

ବର୍ତ୍ତମାନ ଏହାର ଏକ କପି ସାମ୍ନାକୁ ଆସିଛି । ଯାହା କି TMC ସାଂସଦ ଶୁଖେନ୍ଦୁ ଶେଖର ରୟ ପିଟିଆଇ ସହ ସେୟାର କରିଛନ୍ତି ।  ହେଲେ ଏଥିରେ କେତେ ସତ୍ୟତା ରହିଛି ତାହା ଜଣାପଡି ନାହିଁ । ଏଥିରେ ଦର୍ଶାଯାଇଛି ଯେ ପାଣ୍ଡୁଲିପି ପ୍ରକାଶନ କୌଣସି ଦେଶ ସହ ଭାରତର ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । କିନ୍ତୁ ନେତାଜୀଙ୍କ ମୃତ୍ୟୁ ସହ ଜଡିତ ପୃଷ୍ଠାଗୁଡ଼ିକ (୧୮୬-୧୯୧) ଅଧିକ ବିବାଦୀୟ ହୋଇପାରେ। କପିରେ ଏହା ମଧ୍ୟ ଲେଖାଯାଇଛି ଯେ ସୁଭାଷ ଚନ୍ଦ୍ର ବୋଷ ବିମାନ ଦୁର୍ଘଟଣାରୁ ବଞ୍ଚିଥାଇ ପାରନ୍ତି।  ତେବେ ସମ୍ପୂର୍ଣ୍ଣ ପୁସ୍ତକ ପ୍ରକାଶ ପାଇବା ପରେ ଏହାର ରହସ୍ୟ ଜଣାପଡିବ।

ଟିଏମସି ସାଂସଦ କହିଛନ୍ତି ଯେ, ତାଙ୍କ ସହକର୍ମୀ ଆବିଦ ହସନଙ୍କ ସମେତ ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଅଗଷ୍ଟ ୧୮,୧୯୪୫ରେ ତାଇପେରେ ଏକ ବିମାନ ଦୁର୍ଘଟଣାରେ ସୁବାଷଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ଏହାକୁ ଅନେକ ଲୋକ ମାନିନଥିଲେ। ରୟ କହିଛନ୍ତି, ମୁଁ ଜାନୁଆରୀ ୨୦୨୧ରେ ଏହି ପୁସ୍ତକ ପ୍ରକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଥିଲି। ହେଲେ ଆଜି ପର୍ଯ୍ୟନ୍ତ ଏହାର କୈାଣସି ସମାଧାନ ହୋଇପାରି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦୃଷ୍ଟିକୋଣରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପୁସ୍ତକ ପ୍ରକାଶନ ନେଇ ଏଥିରେ କୈାଣସି ଆପତ୍ତି ରହିବ ନାହିଁ ।

Leave A Reply

Your email address will not be published.