Latest Odisha News

BREAKING NEWS

ଖଳନାୟକର ସିକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ସନୀ ଦେଓଲ ଅଭିନୀତ ଗଦର ୨ ସଫଳତା ପରେ ଏବେ ଅନେକ ପୁରୁଣା ସୁପରହିଟ ଫିଲ୍ମର ସିକ୍ୱେଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ସୁଭାଷ ଘାଇ ଏବେ ଖଳନାୟକ ସିକ୍ୱେଲ ନେଇ ଅଂଟା ଭିଡିଛନ୍ତି । ନିର୍ଦ୍ଦେଶକ ସୁଭାଷ ମଧ୍ୟ ଏ ନେଇ ନିଶ୍ଚିତ କରିଛନ୍ତି । ୪ ସେପ୍ଟମ୍ବରକୁ ଖଳନାୟକ ରିଲିଜ ହେବାର ୩୦ ବର୍ଷ ପୂରଣ ହେଉଛି । ଏହି ଅବସରରେ ମୁକ୍ତା ଆର୍ଟ୍ସ ୧୦୦ ଅଲଗା ଅଲଗା ସ୍କ୍ରିନ୍ସରେ ରିଲିଜ କରିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ସଞ୍ଜୟ ଦତଙ୍କ ଏହି ସୁପରହିଟ ଫିଲ୍ମର ସିକ୍ୱେଲ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

BjdElectrycity

ଗଦର ୨ ରିଲିଜ ହେବା ପୂର୍ବରୁ ଆମେ ଖଳନାୟକର ସିକ୍ୱେଲ ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଥିଲୁ ବୋଲି ସୁଭାଷ କହିଛନ୍ତି । ସଞ୍ଜୟଙ୍କ ସହ ଏକ ନୂଆ ହୀରୋଙ୍କୁ ଏହି ଫିଲ୍ମରେ ସୁଯୋଗ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ଅନ୍ୟ ଷ୍ଟାର କାଷ୍ଟ ଏବଂ କେବେ ରିଲିଜ ହେବ ତାହା ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Bjd_BSKY
Leave A Reply

Your email address will not be published.