Latest Odisha News

ବାଲେଶ୍ୱରରେ ମା’ ଙ୍କୁ ମେଲାଣି , ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ବାଲେଶ୍ୱର :  ଆଜି ମା’ ଙ୍କ ମେଲାଣି ଉତ୍ସବ। ବିଦାୟ ନେଉଛନ୍ତି ଜଗତଜନନୀ ମା ଦୁର୍ଗା । ବାଲେଶ୍ୱରରେ ବହୁ ଆଡମ୍ବର ସହକାରେ ଦୁର୍ଗା ପୂଜା ଶେଷ ହୋଇଛି । ଆଜି ମା’ଙ୍କ ବିସର୍ଜନ । କରୋନା କଟକଣାକୁ ମାନି ବିଭିନ୍ନ ସ୍ଥାନରେ ଆଜି ମୂର୍ତ୍ତି ବିସର୍ଜନ କରାଯାଉଛି। ସେପଟେ ବାଲେଶ୍ୱରରେ ଚଳିତ ବର୍ଷ ୮୯ ଟି ମୂର୍ତ୍ତି ପୂଜା ପାଉଛନ୍ତିା

କଟକଣା ଦୃଷ୍ଟିରୁ ୭ ଜଣ କମିଟି ସଦସ୍ୟଙ୍କ ସହିତ ଭଜନ କିର୍ତ୍ତନ ଓ ବାଜା ମାଧ୍ୟମରେ ମା ଙ୍କ ବିସର୍ଜନ କରିବାକୁ ଅନୁମତି ମିଳିଛି। ପାରମ୍ପରିକ ଭାବେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି କୁ ବାଲେଶ୍ଵର ସ୍ଥିତ ବୁଢାବଳଙ୍ଗ ନଦୀ ରେ ବିସର୍ଜନ କରାଯାଏ କିନ୍ତୁ ଜଳ ପ୍ରଦୂଷଣ ନଜରରେ ରଖି ମୂର୍ତ୍ତି ଗୁଡିକ ନୂଆ ପ୍ରତିଷେଧକ ପ୍ରଣାଳୀ ରେ ବୁଡାଇ ଦିଆଯିବାର ପ୍ରସ୍ତାବ ରଖିଛି ଜଳ ବିଭାଗ।ଏନେଇ ବାଲେଶ୍ୱର ସହରାଞ୍ଚଳରେ ୪ ଟି କୃତ୍ରିମ ପୋଖରୀ ତିଆରି କରାଯାଇଛି । ଚଳିତ ବର୍ଷ କରୋନା କଟକଣାକୁ ନଜରରେ ରଖି ଅନ୍ୟ ଶ୍ରଦ୍ଧାଳୁ ମାନଙ୍କୁ ଅନୁମତି ନ ମିଳିଥିବା ରୁ ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ । ସେପଟେ ମା’ଙ୍କ ବିସର୍ଜନ ଦେଖିବା ପାଇଁ ଅନଲାଇନ୍ ମାଧ୍ୟମରେ ବ୍ୟବସ୍ଥା କରିଛି ବାଲେଶ୍ୱର ପ୍ରଶାସନ।

Leave A Reply

Your email address will not be published.