ଭୁବନେଶ୍ୱର: ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟର ୧୧୫ ଥିବା ବେଳେ ମଙ୍ଗଳବାର ୧୨୬କୁ ଛୁଇଁଛି । ସେହିଭଳି ଭାରତରେ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି ।
ଜଣେ କରୋନା ରୋଗୀ ଆଉ ୩ ଜଣଙ୍କୁ ସଂକ୍ରମିତ କରିପାରେ । ଏଣୁ ସମସ୍ତେ ସଚେତନ ରହିବା ସହ ସତର୍କମୂଳକ ପଦକ୍ଷେପ ନେବା ଜରୁରୀ । ସେହିପରି ଗତ ୨୪ ଘଂଟା ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ୧୦୪ ଏବଂ କୋଭିଡ-୧୯ ପୋର୍ଟାଲରେ ଏଯାଏଁ୧୨୩୯ ଜଣଙ୍କ ପଂଜିକରଣ କରିଛନ୍ତି ବୋଲି ବାଗ୍ଚୀ କହିଛନ୍ତି ।
ଏହାଛଡା ଓଡ଼ିଶାରେ ଚିହ୍ନଟ ହୋଇଥିବା କରୋନା ରୋଗୀ ଏବେ ସୁସ୍ଥ ଥିବା ସେ କହିଛନ୍ତି । କରୋନା ଚିହ୍ନଟ ପାଇଁ ୩୨ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିରୁ ୩୧ଟି ନେଗେଟିଭ୍ ଆସିଥିବା ବେଳେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏବେ ତାଙ୍କ ପରିବାରକୁ ଆଇସୋଲେଶନରେ ରଖାଯାଇଛି। ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ୫୪୬ଟି ଆଇସୋଲେଶନ ବେଡ୍ ପ୍ରସ୍ତୁତ କରାଯାଇଛି। ଏଥିସହ ପଞ୍ଚାୟତସ୍ତରରେ କ୍ୱାରେଣ୍ଟାଇନ୍ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି ।
ପ୍ରତିଟି ପଂଚାୟତରେ ଗୋଟିଏ ଆଇସୋଲେସନ ଖୋଲାଯିବ । ଏଥିପାଇଁ ୫ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ । ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଗୋଟିଏ ଲେଖାଏଁ କୋଭିଡ-୧୯ କର୍ଣ୍ଣର ଖୋଲାଯିବ ବୋଲି ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ।
BREAKING NEWS
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
Comments are closed.