ଭୁବନେଶ୍ୱର: ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟର ୧୧୫ ଥିବା ବେଳେ ମଙ୍ଗଳବାର ୧୨୬କୁ ଛୁଇଁଛି । ସେହିଭଳି ଭାରତରେ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି ।
ଜଣେ କରୋନା ରୋଗୀ ଆଉ ୩ ଜଣଙ୍କୁ ସଂକ୍ରମିତ କରିପାରେ । ଏଣୁ ସମସ୍ତେ ସଚେତନ ରହିବା ସହ ସତର୍କମୂଳକ ପଦକ୍ଷେପ ନେବା ଜରୁରୀ । ସେହିପରି ଗତ ୨୪ ଘଂଟା ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ୧୦୪ ଏବଂ କୋଭିଡ-୧୯ ପୋର୍ଟାଲରେ ଏଯାଏଁ୧୨୩୯ ଜଣଙ୍କ ପଂଜିକରଣ କରିଛନ୍ତି ବୋଲି ବାଗ୍ଚୀ କହିଛନ୍ତି ।
ଏହାଛଡା ଓଡ଼ିଶାରେ ଚିହ୍ନଟ ହୋଇଥିବା କରୋନା ରୋଗୀ ଏବେ ସୁସ୍ଥ ଥିବା ସେ କହିଛନ୍ତି । କରୋନା ଚିହ୍ନଟ ପାଇଁ ୩୨ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିରୁ ୩୧ଟି ନେଗେଟିଭ୍ ଆସିଥିବା ବେଳେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏବେ ତାଙ୍କ ପରିବାରକୁ ଆଇସୋଲେଶନରେ ରଖାଯାଇଛି। ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ୫୪୬ଟି ଆଇସୋଲେଶନ ବେଡ୍ ପ୍ରସ୍ତୁତ କରାଯାଇଛି। ଏଥିସହ ପଞ୍ଚାୟତସ୍ତରରେ କ୍ୱାରେଣ୍ଟାଇନ୍ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି ।
ପ୍ରତିଟି ପଂଚାୟତରେ ଗୋଟିଏ ଆଇସୋଲେସନ ଖୋଲାଯିବ । ଏଥିପାଇଁ ୫ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ । ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଗୋଟିଏ ଲେଖାଏଁ କୋଭିଡ-୧୯ କର୍ଣ୍ଣର ଖୋଲାଯିବ ବୋଲି ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ।
BREAKING NEWS
- କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ
- ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ନୂଆ ମୋଡ; ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି
- LPG Black Marketing: ଯୋଗାଣ ବିଭାଗର ଚଢାଉ;ଗ୍ୟାସ ରିପାୟରିଂ ଦୋକାନରୁ ୨୭ ସିଲିଣ୍ଡର ଜବତ
- ରିଜଭିଙ୍କ ବିସ୍ଫୋରକ ବ୍ୟାଟିଂ: ମୁମ୍ବାଇକୁ ହରାଇଲା ଦିଲ୍ଲୀ
- ଫିଟନେସ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଯିବେ କୁମିନ୍ସ
- blast in Silvassa:ନାଇଟ୍ରୋଜେନ୍ ଗ୍ୟାସ୍ ଗୋଦାମରେ ଭୟଙ୍କର ବିସ୍ଫୋରଣ… ୪ ଜଣଙ୍କ ମୃତ୍ୟୁ, ଅନେକ ଆହତ
- ଯୁବିଙ୍କ ବଡ ଖୁଲାସା: ଅଧିନାୟକ, କୋଚ ସ୍ପଷ୍ଟ କରି ନ ଥିଲେ ମୋତେ ଟିମରେ ନିଆଯିବ କି ନାହିଁ
- ଜେଲରୁ ଫେରାର ଥିବା ରାଜାକୁ ପୁଣିଥରେ ଗିରଫ କଲା ପୋଲିସ
- Puri Airport: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ସବୁଜ ସଙ୍କେତ
- Odia signboard: ଓଡ଼ିଆ ଭାଷାରେ ନାମ ଫଳକ ନରହିଲେ ଗଣିବେ ଜରିମାନା
Comments are closed.