Latest Odisha News

BREAKING NEWS

ଉଦ୍ଧାର ହେଲେ ଅପହୃତ ସମିତିସଭ୍ୟ ପ୍ରାର୍ଥୀ

ଢେଙ୍କାନାଳ : ଶେଷରେ ଉଦ୍ଧାର ହେଲେ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଭାପୁର ଅଞ୍ଚଳରୁ ଆସିଥିବା ଏକ ଫୋନ କଲକୁ ଆଧାର କରି ସୁବ୍ରତଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ, ସୁବ୍ରତଙ୍କୁ କିଏ ଅପହରଣ କରିଥିଲା ସେନେଇ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା ।

ସୂଚନା ଅନୁସାରେ, ଫେବ୍ରୁଆରୀ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଆଉ ଘରକୁ ଫେରିନଥିଲେ । ନୂଆଗାଁ ପଞ୍ଚାୟତର ସମିତି ସଭ୍ୟ ପାର୍ଥୀ ସୁବ୍ରତ ବେହେରା ଘରକୁ ନଫେରିବାରୁ, ଗତକାଲି ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ମୋବାଇଲ ଟ୍ରାକ୍ ଓ ପୋଲିସର ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରୁଥିଲା ପୋଲିସ । ୧ ତାରିଖ ଦିନ ୩ ଟାରେ ସେ ତାଙ୍କ ମାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ନିର୍ବାଚନକୁ କେନ୍ଦ୍ର କରି ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ସୁବ୍ରତଙ୍କୁ ଉଦ୍ଧାର କରାନଗଲେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ।

Comments are closed, but trackbacks and pingbacks are open.