Latest Odisha News

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍‌ ହସପିଟାଲରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର ଓ ଚିକିତ୍ସା ଫଳରେ ନୂଆ ଜୀବନ ପାଇଛନ୍ତି ଜଣେ ଯୁବକ । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର ଯୋଗୁଁ ସୁସ୍ଥ ହୋଇଛନ୍ତି ଜଣେ ଯୁବକ ।

ଭୁବନେଶ୍ବର ପଟିଆ ଅଞ୍ଚଳର ଏହି ଯୁବକ ଜଣଙ୍କର ଦୀର୍ଘ ଦିନ ଧରି ପେଟରେ ବ୍ୟଥା ସାଙ୍ଗକୁ ବାନ୍ତି ଲାଗି ରହୁଥିଲା । ବଭିନ୍ନ ହସପିଟାଲରେ ଚିକିତ୍ସା କରାଇଥିଲେ ବି ତାଙ୍କୁ କୌଣସି ସୁଫଳ ମିଳିନଥିଲା । ଶେେରେ ସମ୍ ହସପିଟାଲର ଗ୍ୟାଷ୍ଟ୍ରୋଲନଟେରୋଲୋଜି ବିଭାଗର ଡାକ୍ତର ଜିମି ନାରାୟଣଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ । ହସପିଟାଲରେ ଭର୍ତ୍ତି ହେବା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କ ହାର୍ଟ ଉପରେ ଏକ ବଡ଼ ଧରଣର ଟ୍ୟୁମର ଥିବା ଜଣାପଡିଥିଲା । ତୁରନ୍ତ ତାଙ୍କୁ କାର୍ଡିଓଥୋରାସିକ୍ ବିଭାଗକୁ ସ୍ଥାନାନ୍ତର କରାଯିବା ସହ କାର୍ଡିଆକଥୋରାସିକ୍ ସର୍ଜନ ଡାକ୍ତର ସଂଗ୍ରାମ କେଶରୀ ବେହେରା ଚିକିତ୍ସା ଆରମ୍ଭ କରିଥିଲେ ।

ଚିକିତ୍ସାରୁ ଜଣାପଡିଥିଲା ଯେ, ସାଧାରଣ ବ୍ୟକ୍ତିଙ୍କର ଶରୀରରେ ବିଲିରୁବିନ୍ ମାତ୍ର ୨ ମିଲିଗ୍ରାମ ପ୍ରତିଶତ ମଧ୍ୟରେ ରହୁଥିବା ବେଳେ, ସଂପୃକ୍ତ ଯୁବକଙ୍କର ୩୩ ମିଲିଗ୍ରାମ ପ୍ରତିଶତକୁ ବୃଦ୍ଧି ପାଇ ଏଜିଓଟି ଏବଂ ଏସଜିଓଟି ୧୫୦୦ ୟୁନିଟ୍ ହୋଇଥିଲା । ଯାହାକି ୪ରୁ ୫ ୟୁନିଟ୍ ମଧ୍ୟରେ ରହିବା କଥା ।

ସେହିପରି ଟ୍ୟୁମର ଖୁବ ବଡ଼ ହୋଇଯାଇଥିବାରୁ ବାମପାର୍ଶ୍ବ ଆଟ୍ରିୟମରୁ ବାମପାର୍ଶ୍ବ ଭେଣ୍ଟ୍ରିକିଲ୍ ମଧ୍ୟକୁ ପଶିଯାଉଥିଲା । ଯାହାଦ୍ବାରା ରୋଗୀଙ୍କ ଜୀବନ ପ୍ରତି ସଂପୂର୍ଣ୍ଣ ବିପଦ ରହିଥିଲା । ଏହି ରୋଗକୁ ‘ଲେଫ୍ଟ ଆଟ୍ରିଆାଲ୍ ମିସ୍କୋମା’ କୁହାଯାଏ । ଏପରି ଅବସ୍ଥାରେ ହାର୍ଟର ଅସ୍ତ୍ରୋପଚାର କରିବା ରୋଗୀ ପ୍ରତି ବିପଦସଙ୍କୁଳ ଥାଏ । ଏପରିକି ଜୀବନ ବି ଯିବାର ସମ୍ଭାବନା ଥାଏ ।

ସଂପୃକ୍ତ ଯୁବକଙ୍କୁ ପ୍ରଥମେ ଆଇସିୟୁରେ ସ୍ବତନ୍ତ୍ର ଚିକିତ୍ସା ପ୍ରଦାନ କରି ଯକୃତକୁ ସ୍ବାଭାବିକ୍ ଅବସ୍ଥାକୁ ଅଣାଯାଇଥିଲା । ଏହାପରେ ଅସ୍ତ୍ରୋପଚାର ଦ୍ବାରା ସଫଳତାର ସହ ଟ୍ୟୁମରକୁ ବାହାର କରାଯାଇଥିଲା । ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇ ପାରିଛି । ରୋଗୀ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.