Latest Odisha News

BREAKING NEWS

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ‘କ୍ୟୁଆର ସାମ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘କ୍ୟୁଆର ସାମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଗତକାଲି ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଭିତରେ ଥିବା ମାନବବିହୀନ ଯାନ ବଂଶୀ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ।

ବଂଶୀ ଟାର୍ଗେଟକୁ ପ୍ରଥମେ ଆକାଶମାର୍ଗକୁ ନିକ୍ଷେପ କରାଯାଇଥିଲା । ଏହାପରେ ରାଡ଼ାର ମାଧ୍ୟମରେ ଏହାକୁ ଚିହ୍ନଟ କରି ସ୍ୱୟଂଚାଳିତ ଭାବେ ଉତ୍‌କ୍ଷେପଣ ହୋଇଥିଲା ‘କ୍ୟୁଆର ସାମ’ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲର ଏହା ଥିଲା ଅଷ୍ଟମ ପରୀକ୍ଷା ।  ୨୦୧୭ ଜୁନ ୪ ତାରିଖରେ ପ୍ରଥମେ ପରୀକ୍ଷଣ ହୋଇଥିଲା ।

Leave A Reply

Your email address will not be published.