Latest Odisha News

BREAKING NEWS

ସୁଦାନ ଯୁଦ୍ଧ:ମୃତ୍ୟୁ ସଂଖ୍ୟା ୨୭୦ ପାର୍‌, ଛାଡି ପଳାଇଲେଣି ହଜାର ହଜାର ଲୋକ

ଖାର୍ତୋମ: ସୁଦାନରେ କ୍ଷମତା ହାତେଇବାକୁ ସେନାର ଦୁଇ ଟିମ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସୁଦାନ ଆର୍ମୀ ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଲାଗିଥିବା ଏହି ଯୁଦ୍ଧରେ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବିଭିନ୍ନ ଦେଶର ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ରାସ୍ତାକଡ଼ରେ ଲୋକଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଯୁଦ୍ଧ ଭୟରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଖାର୍ତୋମରେ ଜୀବନ ଧରିବା ଆଉ ସମ୍ଭବ ନୁହେଁ ବୋଲି ରାଜଧାନୀ ଛାଡ଼ି ପଳାଉଥିବା ଲୋକେ କହୁଛନ୍ତି।

ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ପ୍ରଧାନ ସଚିବ ଆଣ୍ଟୋନିଓ ଗୁଟରେସ ଗୁରବାର ଆଫ୍ରିକାନ ୟୁନିୟନ, ଦି ଅରବ ଲିଗ୍, ଏବଂ ଅନ୍ତଃ ସରକାରୀ ପ୍ରାଧିକରଣର ଆଞ୍ଚଳିକ ସଂସ୍ଥାମାନଙ୍କ ସହ ଆଲୋଚନା କରିବେ। ଯୁଦ୍ଧରେ ସ୍ଥିତି ନେଇ ଆଲୋଚନା ହେବ ବୋଲି ଗୁତରସ ପ୍ରବକ୍ତା କହିଛନ୍ତି।

ସୁଦାନ ଆର୍ମିର ମୁଖ୍ୟ ଅବଦେଲ ଫାତହ ଅଲ ବୁରହାନ ଏବଂ ତାଙ୍କର ଡେପୁଟି ତଥା ପାରାମିଲିଟାରୀ ଫୋର୍ସ(ଆର୍‌ଏସ୍‌ଏଫ୍‌) କାମାଣ୍ଡ ମହମ୍ମଦ ହମଦାନ ଡାଗ୍ଲୋଙ୍କ ମଧ୍ୟରେ କ୍ଷମତା ହାତେଇବାର ଯୁଦ୍ଧ ଲାଗି ରହିଛି।

Comments are closed.