Latest Odisha News

BREAKING NEWS

ବାଲୁକାକଳାରେ ଦେବକୀ ନନ୍ଦନ, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ

ପୁରୀ: ପବିତ୍ର ଜନ୍ମାଷ୍ଟମୀକୁ ନେଇ ସାରା ଦେଶ ଉତ୍ସବ ମୁଖର । ଶ୍ରୀକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗନ ପବନ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦେବକୀ ନନ୍ଦନଙ୍କର ଜନ୍ମଦିନ ପାଳନ ପୂର୍ବକ ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପାଳନ କରାଯାଉଛି।

ଏହି ଅବସରରେ ସୁଦର୍ଶନ ତାଙ୍କ ନିଆରା ବାଲୁକାକଳାରେ ଲହୁଣୀ ମାଟି ସରାକୁ ସ୍ଥାନ ଦେବା ସହ ଜନ୍ମାଷ୍ଟମୀର ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପୁରୀ ବେଳାଭୂମିରେ ବାଲକୃଷ୍ଣଙ୍କର ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରିଛନ୍ତି ସୁଦର୍ଶନ। ଚିତ୍ରକଳାରେ ବାର୍ତ୍ତା ରହିଛି ‘କିଲ୍‌ ଦ ଇଭିଲ’ ।

ସେହିପରି ନିକଟରେ ଘଟିଥିବା କଲିକତା ଡାକ୍ତରୀ ଛାତ୍ରୀକୁ ଦୁଷ୍କର୍ମ ଘଟଣାକୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଟ୍ଟନାୟକ ନିନ୍ଦା କରିବା ସହିତ ଡାକ୍ତର ଓ ସାଧାରଣ ମହିଳାମାନେ ଭଗବାନ କୃଷ୍ଣକୁ ପ୍ରଣାମ କରି ଦୁଃଖ ଜଣାଇବା ସହ ‘kill the evil’ର ବାର୍ତ୍ତା ଦେଖିବାକୁ ମିଳିଛି ଏହି ବାଲୁକା କଳାରେ । ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି ।

Comments are closed.