Latest Odisha News

ପିଆଜ ଓ ବାଲିରେ ୧୦୦ ଫୁଟ୍ ଲମ୍ବା ସାଣ୍ଟା କ୍ଲଜ୍ ତିଆରି କରି ଓ୍ବାର୍ଲଡ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ବଡଦିନ ବା ଖ୍ରୀଷ୍ଟମାସ । ଯାହାକୁ ନେଇ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟାକ୍ଲଜ୍ । ଯେଉଁଥିରେ ପ୍ରାୟ ୨ ଟନ୍ ଓଜନର ପିଆଜ ବ୍ୟବହାର ହୋଇଛି । ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି ବାଲୁକାକଳା କୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକାକଳା ଅନୁଷ୍ଠାନର ୩୧ ଜଣ ପିଲାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା ।

କ୍ରିସମାସ ଅବସରରେ ସାଣ୍ଟାକ୍ଲଜ୍ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ରହିଛି ସୁନ୍ଦର ବାର୍ତ୍ତା । ବାଲୁକା କଳା ଟିରେ ସାଣ୍ଟାକ୍ଲଜ ନିଜେ ପୃଥିବୀକୁ ସବୁଜ କରିବା ପାଇଁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ବାର୍ତ୍ତା ଦେବାର ଦେଖାଦେଇଛି ।

ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ଯୋଡ଼ି ହେଇଛି ଆଉ ଏକ ନୂଆ ଆୱାର୍ଡ଼ ଓ୍ବାଲର୍ଡ ରେକର୍ଡ ବୁକ୍ସ ଅଫ ଇଣ୍ଡିଆ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନ ।

Leave A Reply

Your email address will not be published.