ନୂଆଦିଲ୍ଲୀ: କିଛି ବର୍ଷ ତଳେ କଶ୍ମୀରରେ ଯୁବ ପିଢ଼ୀଙ୍କ ନିକଟରେ ଏକେ ୪୭ର ଟାଟ୍ଟୁ କରିବା ପାଗଳାମୀ ଥିଲା । ଏହା ବ୍ୟତୀତ ସିଂହ, ବିଛା ଏବଂ ଉଗ୍ର ସ୍ୱଭାବର ବିଭିନ୍ନ ପ୍ରକାରର ଟାଟ୍ଟୁ କରୁଥିଲେ । ଏବେ ଏଥିରେ ଆକାଶ ପାତାଳ ପ୍ରଭେଦ ଦେଖିବାକୁ ମିଳୁଛି । ଏବେକାର ଯୁବପିଢ଼ୀ ଏହି ସବୁ ଟାଟ୍ଟୁ କରିବାକୁ ପସନ୍ଦ କରୁ ନାହାନ୍ତି । ସେମାନେ ଏକେ ୪୭ ପରି ଟାଟ୍ଟୁ ହାତରୁ ଲିଭେଇବା ଆରମ୍ଭ କରିଛନ୍ତି । ଅନେକ ସିଦ୍ଧୁ ମୁସେୱାଲଙ୍କ ଗୀତରେ ମଧ୍ୟ ପ୍ରଭାବିତ ହୋଇଥିଲେ । ପୂର୍ବାପେକ୍ଷା ଏବେ କଶ୍ମୀରେ ସ୍ଥିତି ବଦଳିଛି । ସ୍ଥାନୀୟ ଲୋକମାନେ ସେମାନଙ୍କ ସଂସ୍କୃତି ଓ ଧର୍ମ ନେଇ ଚିନ୍ତା କରିବା ଆରମ୍ଭ କରିଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରେମୀ ଓ ପ୍ରେମିକାଙ୍କ ନାମ ମଧ୍ୟ ହାତରୁ ହଟେଇବା ଆରମ୍ଭ କରିଛନ୍ତି । ଲେଜର ପେନ ମାଧ୍ୟମରେ ଏହି ଟାଟ୍ଟୁ ଏବେ ଲିଭା ଯାଉଛି । ଘାଟୀରେ ସେ ସମୟରେ ଅଶାନ୍ତି ଲାଗି ରହୁଥିଲା । ଯାହାର ପ୍ରଭାବ ଯୁବପିଢ଼ୀଙ୍କ ଉପରେ ପଡିଥିଲା । ଏବେ ପୂର୍ବାପେକ୍ଷା ଶାନ୍ତ ପରିବେଶ ରହୁଥିବାରୁ ଯୁବପିଢ଼ୀଙ୍କ ମାନସିକତାରେ ପରିବର୍ତନ ଘଟିଛି । ଏବେ ୨୨ରୁ ୪୦ ବର୍ଷର ଯୁବକ ୭୮୬ ଓ ଆଲ୍ଲାଙ୍କ ଟାଟ୍ଟୁ ଖୋଦେଇବାରେ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି ।
Comments are closed.