Latest Odisha News

BREAKING NEWS

ସପ୍ତାହକୁ ୭୦ ଘଣ୍ଟା କାମକୁ ନେଇ ସୁଧା ମୂର୍ତ୍ତିଙ୍କ ପ୍ରତିକ୍ରିୟା; ଅନେକ କ୍ଷେତ୍ରରେ ଲୋକେ ୯୦ ଘଣ୍ଟା କାମ କରନ୍ତି

 

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାମ କରିବା ମନ୍ତବ୍ୟ ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ପତ୍ନୀ ସୁଧା ମୂର୍ତ୍ତି।

ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି କହିଛନ୍ତି ଯେ ସଫଳତା ପାଇଁ କୌଣସି ଯାଦୁ ବାଡ଼ି଼ ନାହିଁ, ଯାହାକୁ ହଲାଇ ଦେଲେ ସଫଳତା ଆପେଆପେ ମିଳିଯିବ। ବରଂ ଏଥିପାଇଁ କଠିନ ପରିଶ୍ରମ, ସମୟ ଏବଂ ସମର୍ପଣଭାବ ଆବଶ୍ୟକ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ କାମ ପ୍ରତି ଅତ୍ୟନ୍ତ ଉତ୍ସାହୀ ଥାଆନ୍ତି ସେତେବେଳେ ସମୟର କୌଣସି ମୂଲ୍ୟ ନଥାଏ। ଇନଫୋସିସର ସଫଳତା କେବଳ ତାଙ୍କ ସ୍ୱାମୀଙ୍କ କଠିନ ପରିଶ୍ରମ ଯୋଗୁଁ ନୁହେଁ ବରଂ ସମଗ୍ର ପରିବାର ଏବଂ ତାଙ୍କ ଟିମର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି।

ଆହୁରି ମଧ୍ଯ ଇନଫୋସିସର ପ୍ରାରମ୍ଭିକ ଦିନଗୁଡ଼ିକୁ ମନେ ପକାଇ ସୁଧା ମୂର୍ତ୍ତି କହିଛନ୍ତି, ମୋ ସ୍ୱାମୀ ଏବଂ ତାଙ୍କ ଟିମ୍ ଦିନକୁ ୭୦ ଘଣ୍ଟାରୁ ଅଧିକ ସମୟ କାମ କରୁଥିଲେ। କାରଣ ସେମାନଙ୍କ ପାଖରେ ଅଧିକ ଆର୍ଥିକ ସହାୟତା କିମ୍ବା କୌଣସି ପ୍ରମୁଖ ସୁବିଧା ମଧ୍ଯ ନ ଥିଲା।ଇନଫୋସିସକୁ ଏତେ ବଡ଼ କରିବା ପଛରେ କୌଣସି ଯାଦୁ ନଥିଲା। ଏହା କେବଳ କଠିନ ପରିଶ୍ରମ, ସଠିକ୍ ସମୟ ଏବଂ ଭାଗ୍ୟର ଫଳାଫଳ ଥିଲା।

ସେ ଏହା ମଧ୍ୟ କହିଛନ୍ତି ଯେ କେବଳ ଆଇଟି କ୍ଷେତ୍ରରେ ନୁହେଁ ବରଂ ଡାକ୍ତର, ସାମ୍ବାଦିକ ଏବଂ ଅନ୍ୟାନ୍ୟ ବୃତ୍ତି କ୍ଷେତ୍ରରେ ମଧ୍ୟ ଲୋକମାନେ ୯୦-୯୦ ଘଣ୍ଟା କାମ କରିଥାନ୍ତି।

 

Comments are closed.