ଲଣ୍ଡନ: ବ୍ରିଟେନ ରାଜନୀତିରେ ଏବେ ମନ୍ତ୍ରୀଙ୍କ ଇସ୍ତଫା ନେଇ ଘୋଡା ଦୈାଡ଼ ଚାଲିଛି । ପ୍ରଥମେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହୋଇଥିଲା । ବହୁ କଷ୍ଟ କରି ଶେଷ ମୁହୂର୍ତ୍ତରେ ନିର୍ବାଚନରେ ଜିତି ପ୍ରଧାନମନ୍ତ୍ରୀ ହୋଇଥିଲେ ଲିଜ ଟ୍ରସ । ପ୍ରଧାନମନ୍ତ୍ରୀ ହେଉ ହେଉ ପ୍ରଥମେ ବଜେଟ ଆଣିବା ବେଳେ ଟ୍ୟାକ୍ସ କାଟିବାକୁ ନେଇ ଦେଶରେ ତାଙ୍କର ବିରୋଧ ପ୍ରଦର୍ଶନ ପରେ ନିଜ ଅର୍ଥମନ୍ତ୍ରୀଙ୍କୁ ବଦଳାଇଥିଲେ । ଅର୍ଥମନ୍ତ୍ରୀଙ୍କ ପରେ ଏବେ ଗୃହମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ବରିଷ୍ଠ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ଖାଲି ସେତିକି ନୁହେଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅ ବୋଲି ସାଂସଦମାନେ ନାରା ଦେଉଛନ୍ତି ।
Suella Braverman steps down as UK Home Secretary
Read @ANI Story | https://t.co/gUDUx29flN#SuellaBraverman #UKHomeSecretary #UK pic.twitter.com/I3jtjtCYBy
— ANI Digital (@ani_digital) October 19, 2022
ବ୍ରିଟେନ ଗୃହମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ସେ ଭାରତୀୟ ଲୋକମାନେ ବ୍ରିଟେନରେ ବେନିୟମ ଭାବେ ରହୁଥିବା ନେଇ ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଥିଲେ ।
My letter to the Prime Minister. pic.twitter.com/TaWO1PMOF2
— Suella Braverman MP (@SuellaBraverman) October 19, 2022
ବ୍ରେଭରମ୍ୟାନ୍ ମାତ୍ର ୪୩ ଦିନ ପୂର୍ବେ ଗୃହ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ଗତ ସପ୍ତାହରେ ସେ ଭାରତ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ଭାରତ ସରକାର ମଧ୍ୟ ଆପତ୍ତି ଉଠାଇଥିଲେ । ଏକ ସାକ୍ଷାତକାରରେ ସୁଏଲା କହିଥିଲେ, ଭାରତ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ହେଲେ ବ୍ରିଟେନକୁ ଭାରତୀୟଙ୍କ ଦେଶାନ୍ତର ଗମନ ବଢ଼ିବ। ଭିସା ଜରିଆରେ ଆସି ଅଧିକ ଦିନ ଧରି ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତୀୟମାନେ ଆଗରେ ଥିବା କହିଥିଲେ । ଭାରତୀୟମାନେ ଭିସା କୋହଳ ପାଇଁ ଦାବି କରୁଥିବା ବେଳେ ସେ ଏହାକୁ ଖୋଲାଖୋଲି ବିରୋଧ କରୁଥିବା କହିଥିଲେ । ଏଭଳିକି ତାଙ୍କ ବ୍ୟକ୍ତିଗତ ଇମେଲରୁ ଜଣେ ସାଂସଦଙ୍କୁ ଏନେଇ ଡ୍ରାପ୍ଟ ପଠାଇଥିବା ନେଇ ଜଣାପଡିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିବା ପାଇଁ ଦାବି ଜୋର ଧରିଥିଲା ।
ତେବେ ସବୁଠୁ ବଡ଼ କଥା ହେଲା ବ୍ରିଟେନରେ ଏବେ ଅର୍ଥନୀତି ଦିନକୁ ଦିନ ତଳକୁ ତଳକୁ ଯାଉଛି । ସରକାର ଦରଦାମ ଉପରେ ଲଗାମ ଲଗାଉ ପାରୁନାହାଁନ୍ତି । ଟ୍ୟାକ୍ସ କମ କରିବା ପରେ ଦେଶର ଅର୍ଥନୀତି ରସାତଳ ହୋଇଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିଜ କଂଜରଭେଟିଭ ଦଳର ସାଂସଦମାନେ ମଧ୍ୟ ଚାପ ପକାଉଛନ୍ତି । ତେବେ ଗତକାଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ପଳାୟନ ପନ୍ଥୀ ନୁହଁନ୍ତି । ସଂସଦରେ ତାଙ୍କର ମନ୍ତବ୍ୟରୁ ଏହା ଜଣାପଡୁଛି ଯେ ସେ ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ତେବେ ଦେଶରେ ଦଳର ଭାବମୂର୍ତ୍ତି ତଳକୁ ତଳକୁ ଯାଉଥିବାରୁ ତାଙ୍କ ଦଳ କି ନିଷ୍ପତ୍ତି ନେଉଛି ତାହା କିଛି ଦିନ ପରେ ଜଣାପଡିବ
Comments are closed.