ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା ଛାଡ଼ନ୍ତୁ । କାରଣ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଆଣ୍ଠୁ ଜନିତ ବିଭିନ୍ନ ସମସ୍ୟା ପାଇଁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆ ଯାଉଛି ।
ଆମ୍ରି ହସ୍ପିଟାଲରେ ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ସେବା ଆରମ୍ଭ ହୋଇଛି । ଆଣ୍ଠୁ ଜନିତ ବିଭିନ୍ନ ସମସ୍ୟାରେ ପ୍ରଭାବିତ ହେଉଥିବା ରୋଗୀ ମାନଙ୍କୁ ରୋବୋଟିକ୍ ମେସିନ୍ ଅତି ସହଜରେ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରି ପାରୁଛି । ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ଏହି ମେସିନରେ ବାହୁ ଓ ହାତ ରହିଛି ଯାହା ନଷ୍ଟ ହୋଇ ଯାଇଥିବା ଟିସ୍ୟୁକୁ ଅତି ସହଜରେ ବାହାର କରି କୃତ୍ରିମ ଖଞ୍ଜା ସହିତ ଯୋଡ଼ିଥାଏ ।
ରୋଗୀ କମ୍ ଯନ୍ତ୍ରଣା ଅନୁଭବ କରନ୍ତି ଓ କ୍ଷତ ଶୀଘ୍ର ସୁଖିବା ସହିତ କମ୍ ଦିନରେ ଚଳପ୍ରଚଳ ହୋଇ ପାରୁଛନ୍ତି । ଏହି ମେସିନ୍ ଦ୍ୱାରା କୌଣସି ଆଘାତ, ଲିଗାମେଣ୍ଟ, କାର୍ଟିଲେଜ, ମାଂସପେଶୀ ଓ ସ୍ନାୟୁଜନିତ ସମସ୍ୟା ଏବଂ ଆଘାତ ପରେ ଫେମୁରରେ ବିକୃତ, ଜଟିଳ ଅବକ୍ଷୟ, ପୂର୍ବ ଅସ୍ତ୍ରୋପଚାରରୁ ହାର୍ଡଓୟାର, ଲିଗାମେଣ୍ଟସ୍ପେରିଂ ଅପ୍ସନ୍ ଭଳି ଜଟିଳ ସମସ୍ୟାର ସମାଧାନ ହୋଇଥାଏ ।
ଆମ୍ରି ହସ୍ପିଟାଲ ଭୁବନେଶ୍ୱରରେ ଆଣ୍ଠୁ ପ୍ରତିରୋପଣ ପ୍ରକ୍ରିୟାର ନେତୃତ୍ୱ ନେଉଥିବା ଓଡ଼ିଶାର ଜଣେ ଅଗ୍ରଣୀ ଅର୍ଥୋପେଡିକ୍ ସର୍ଜନ ଡା. ସୁନୀଲ ଦାସ । ଡାକ୍ତର ଦାସ କହିଛନ୍ତି, “ଆମେ ରୋବୋଟିକ୍ ମେସିନ୍ ସାହାର୍ଯ୍ୟରେ ସମସ୍ତ ପ୍ରକାର ଆଣ୍ଠୁ ପ୍ରତିରୋପଣ ସଫଳତାର ସହ ଆରମ୍ଭ କରିଛୁ । ଆମର ଆଶା ଯେତେ ଜଟିଳ ଆଣ୍ଠୁ ସମସ୍ୟା ଜନିତ ରୋଗ ରହିଥିଲେ ମଧ୍ୟ ତାହା ରୋବଟିକ୍ ମେସିନ୍ ଦ୍ୱାରା ସହଜ ଓ କମ୍ ଖର୍ଚ୍ଚରେ ନିରାକରଣ କରି ହେବ ।”
୨୪*୭ ଯୋଗାଯୋଗ ୦୬୭୪ ୬୬୬ ୬୬୦୦
ସଠିକ୍ ଏବଂ ନିର୍ଭୁଲ ଅଗ୍ରଣୀ ଜ୍ଞାନ କୌଶଳ ହସ୍ପିଟାଲରେ କମ୍ ରହଣି ଉତ୍ତମ ଇମ୍ପ୍ଲାଣ୍ଟ୍ ସ୍ଥାପନ
Comments are closed.