Latest Odisha News

ଗୋବିନ୍ଦ ସାହୁଙ୍କ ସୁଇସାଇଡାଲ୍ ନୋଟ୍ ସତ ନା ମାମଲା ଚାପିବାକୁ ବାହାନା?

ବଲାଙ୍ଗୀର: ମଙ୍ଗଳବାର ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ପରେ ଆଉ ଏକ ଖବର ଆସିଛି ଯାହା ମାମଲାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡାଲ୍ ନୋଟ୍ ଲେଖିଥିବା କୁହାଯାଉଛି। ଯାହାକି ଏକ ମାଟିଆ ରଙ୍ଗରେ କାଗଜରେ ଲେଖାଯାଇଛି। ପୋଲିସ ଏହି ସୁଇସାଇଡାଲ ନୋଟ୍ ଗୋବିନ୍ଦଙ୍କ ପକେଟରୁ ପାଇଥିବା ସୂଚନା ରହିଛି। ଆଉ ଏହି ଚିଠିଟିକୁ ମୃତକଙ୍କ ସଂପର୍କୀୟଙ୍କୁ ଦେଖାଇଛି ପୋଲିସ ଏହାପରେ ତଦନ୍ତ ପାଇଁ ନିଜ ପାଖରେ ସଂପୃକ୍ତ ଚିଠିକୁ ନେଇଛି ପୋଲିସ। କିନ୍ତୁ ଏହି ସୁଇସାଇଡାଲ୍ ନୋଟ୍ ଗୋବିନ୍ଦ ସାହୁ ସତରେ ଲେଖିଛନ୍ତି ନା ଗୋବିନ୍ଦ ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରମାଣ କରିବାକୁ ଯାଇ ଏପରି ଏକ ଚିଠିକୁ ମୋହରା କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠିଛି। ଯଦିଓ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର ହେଲେ ପୂର୍ବରୁ ଅପରାଧିକ ମାମଲାରେ ଶାସକ ଦଳର ନେତାଙ୍କ ସଂପୃକ୍ତି ଥିବା ନେଇ ଯେଉଁ ଖବର ଆସିଛି ସେଥିରେ ସଂପୃକ୍ତ ନେତାଙ୍କୁ ଏକ ପ୍ରକାର କ୍ଲିନଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ।

  • ଯଦି ଗୋବିନ୍ଦ ମୃତ୍ୟୁ ପୂର୍ବରୁ ମାଟିଆ ରଙ୍ଗର କାଗଜରେ ଆତ୍ମହତ୍ୟାର କାରଣ ଲେଖିଛନ୍ତି ତାହାଲେ ଏହି କାଗଜ କେଉଁଠୁ ପାଇଲେ?
  • ଜେଲରେ ଥିବା ବ୍ୟକ୍ତି ବାହାରୁ କାଗଜ, କଲମ ମଗାଇପାରିବେ। ତେଣୁ କେବେ ଗୋବିନ୍ଦ ମାଟିଆ ରଙ୍ଗର କାଗଜ ବା ଏନଭଲପ ମଗାଇଥିଲେ?
  • ଯେତେବେଳେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ବଡ ବଡିଆଙ୍କ ସଂପୃକ୍ତି ରହିଥିବାର ଅଭିଯୋଗ ରହିଛି ସେତେବେଳେ ଏହି ଆତ୍ମହତ୍ୟା ଜନିତ ଚିଠିକୁ ସାର୍ବଜନୀନ କରିବା ଦରକାର
  • ଚିଠିରେ ଲେଖା ହୋଇଥିବା ହାତ ଲେଖା ଏବଂ ଗୋବିନ୍ଦ ସାହୁଙ୍କ ହାତ ଲେଖାକୁ ଏକ୍ସପର୍ଟଙ୍କ ଦ୍ବାରା ମେଳ ଖୁଆଇବା ଦରକାର
  • କ୍ରାଇମବ୍ରାଞ୍ଚ ରାଜ୍ୟ ସରକାରଙ୍କ ଅଧୀନରେ ଆସୁଛି ଏପରି ସ୍ଥିତିରେ ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଥାଇପାରେ। ତେଣୁ ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରିଛନ୍ତି।
  • ମମିତା ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ଯିଏକି ତତ୍କାଳୀନ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ବ୍ୟକ୍ତି। ଏପରି ସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ପଛରେ ଚାପ ଥିଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

 

 

Comments are closed.