ନୂଆଦିଲ୍ଲୀ: ରବିବାର ତୁର୍କୀରେ ରାଜଧାନୀରେ ବିସ୍ଫୋରଣ। ରାଜଧାନୀ ଅଙ୍କାରା ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ଅଙ୍କାରା ସହରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ସକାଳ ପ୍ରାୟ ୯ଟା ସମୟରେ ଅଙ୍କାରା ସଂସଦ ନିକଟରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ନିହତ କରାଯାଇଥିଲା। ତେବେ ଏହି ବିସ୍ଫୋରଣରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
BREAKING 🚨 Terrorist attack in Turkey — Two terrorists carried out a bomb attack outside the ministry buildings in Ankara with one of them blowing himself up while the other was "neutralised" by authorities, the Turkish interior minister says pic.twitter.com/4vbYwoIQjV
— Insider Paper (@TheInsiderPaper) October 1, 2023
ସିସିଟିଭି ଫୁଟେଜ ଅନୁଯାୟୀ, ଏକ କାରଟି ଶୀଘ୍ର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶାଳୟ ନିକଟକୁ ପ୍ରବେଶ ଦ୍ୱାରରେ ପ୍ରବେଶ କରେ। କାର ଅଟକିବା ମାତ୍ରେ ଜଣେ ଆତଙ୍କବାଦୀ ତଳକୁ ଓହ୍ଲାଇ ଜାତୀୟ ପୋଲିସ ମୁଖ୍ୟାଳୟ ବିଲ୍ଡିଂର ଫାଟକରେ ପହଞ୍ଚି ଆତ୍ମଘାତି ବିସ୍ଫୋରଣ କରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା।
ଏହି ଘଟଣା ସମ୍ପର୍କରେ ତୁର୍କୀର ଗୃହ ମନ୍ତ୍ରାଳୟ ଅଲି ୟେରଲିକାୟା ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, “ଦୁଇଜଣ ଆତଙ୍କବାଦୀ ବ୍ୟବସାୟିକ ଗାଡି ନେଇ ଜାତୀୟ ପୋଲିସ ମୁଖ୍ୟାଳୟ ବିଲଡିଂ ନିକଟକୁ ଯାଇ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ବିସ୍ଫୋରଣ କରିଥିଲେ। ଅନ୍ୟ ଆତଙ୍କବାଦୀଙ୍କୁ ଘଟଣାସ୍ଥଳରେ ନିହତ କରାଯାଇଥିଲା। ଏହି ବିସ୍ଫୋରଣରେ ପୋଲିସ୍ କର୍ମଚାରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ଆତଙ୍କବାଦୀ ବିଲୋପ ନହେବା ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ଆମର ସଂଗ୍ରାମ ଜାରି ରହିବ।”
Comments are closed.