Latest Odisha News

BREAKING NEWS

ଜ୍ୟାକଲିନଙ୍କୁ ପୁଣି ପ୍ରେମ ପତ୍ର ଲେଖିଲା ସୁକେଶ, ଦେଲା ଏହି ବଡ ଉପହାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରେମପତ୍ର ଲେଖି ପୁଣି ଥରେ ଚର୍ଚ୍ଚାରେ ମହାଠକ ସୁକେଶ ଚନ୍ଦ୍ରଶେଖର । ଏହି ଚିଠିରେ ସେ ନିଜକୁ ଜାକଲିନଙ୍କ ସାଣ୍ଟା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଫ୍ରାନ୍ସର ଏକ ସମ୍ପୂର୍ଣ୍ଣ ଅଙ୍ଗୁର ବଗିଚା ଉପହାର ଦେଇଥିବା ଲେଖିଛନ୍ତି । ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଚିଠିରେ ସୁକେଶ ଜ୍ୟାକଲିନଙ୍କୁ ବେବି ଗର୍ଲ ବୋଲି ଲେଖିଛି । ସୁକେଶ ଲେଖିଛି, ‘ତୁମ ଠାରୁ ଦୂରରେ ରହିବା ମୋତେ ତୁମର ସାଣ୍ଟା କ୍ଲଜ ଭୂମିକାରେ ଅଭିନୟ କରିବାରେ ରୋକି ପାରିବ ନାହିଁ । ଏହି ବର୍ଷ ମୋର ତୁମ ପାଇଁ ଏକ ବିଶେଷ ଉପହାର ଅଛି, ମାଇଁ ଲଭ୍ । ସେ ଅଭିନେତ୍ରୀଙ୍କ ପାଇଁ ଏକ ଅଙ୍ଗୁର ବଗିଚା କିଣିଛି ବୋଲି ସୁକେଶ କହିଛି । ‘ଆଜି ମୁଁ ତୁମକୁ କେବଳ ମଦ ବୋତଲ ନୁହେଁ ବରଂ ଫ୍ରାନ୍ସର ଏକ ସମ୍ପୂର୍ଣ୍ଣ ଅଙ୍ଗୁର ବଗିଚା ଉପହାର ଦେବାକୁ ଚାହୁଁଛି ଯାହା ବିଷୟରେ ତୁମେ କେବେ ବି ଭାବି ନଥିବ ।’

ସୁକେଶ ଆହୁରି ଲେଖିଛନ୍ତି, ‘ମୁଁ ତୁମ ସହିତ ଏହି ବଗିଚାରେ ହାତ ଧରି ଚାଲିବାକୁ ବହୁତ ଉତ୍ସାହିତ ଅଟେ । ସମଗ୍ର ବିଶ୍ୱ ହୁଏତ ଭାବିପାରେ ମୁଁ ପାଗଳ, କିନ୍ତୁ ମୁଁ ତୁମ ପ୍ରେମରେ ପ୍ରକୃତରେ ପାଗଳ । ମୁଁ ବାହାରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କର, ତା’ପରେ ସମଗ୍ର ବିଶ୍ୱ ଆମକୁ ଏକାଠି ଦେଖିବ ।

ତେବେ ୨୦୧୫ ମସିହାରେ ଠକେଇ ମାମଲାରେ ସୁକେଶଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ ଜେଲରେ ଅଛନ୍ତି । ସୁକେଶଙ୍କ ବିଷୟରେ ତନାଘନା ବେଳେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ନାମ ଆସିଥିଲା । ସେ ଜ୍ୟାକଲିନଙ୍କୁ ଡେଟ କରୁଥିଲେ ବୋଲି ସୁକେଶ ଦାବି କରିଥିଲେ । ଦୁହିଁଙ୍କ ଅନେକ ଫଟୋ ଲିକ୍ ହୋଇଥିଲା ।

Leave A Reply

Your email address will not be published.