Latest Odisha News

BREAKING NEWS

ଜୋତା ପିନ୍ଧି ହନୁମାନ ଚାଳିଶାରେ ନାଚିଲେ ସୁଖୱିନ୍ଦର

ମୁମ୍ବାଇ: ବଲିଉଡରେ ପ୍ରତିଷ୍ଠିତ ଗାୟକ ସୁଖୱିନ୍ଦର ସିଂଙ୍କୁ ନେଇ ଆଜି ଏକ ବଡ ବିବାଦ ସୃଷ୍ଟି ହୋଇଛି । ଭେଲପୁର ସ୍ଥିତ ଚେତାସିଂ ଦୁର୍ଗରେ ସେ ତାଙ୍କର ଏକ ମ୍ୟୁଜିକ ଭିଡିଓର ଶୁଟିଂ କରୁଥିଲେ । ହନୁମାନ ଚାଳିଶା ବାଜୁଥିବା ବେଳେ ସୁଖୱିନ୍ଦର ଓ ତାଙ୍କ ସାଥୀମାନେ ଏହାର ତାଳେ ତାଳେ ନାଚିଥିଲେ । ତେବେ ସେମାନେ ଜୋତା ପିନ୍ଧିଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ଏହାର ଭିଡିଓ ସୋସିଆଲ ସାଇଟରେ ଆସିବା ମାତ୍ରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରଯାଇଛି ।

ଶୁଟିଂ ସମୟରେ କଳାକାରମାନେ କାହାର ଧାର୍ମିକ ଭାବନା କ୍ଷୁର୍ଣ୍ଣ କରିବା ଠିକ ନୁହେଁ ବୋଲି ଅଖିଳ ଭାରତୀୟ ସନ୍ଥ ସମିତିର ମହାମନ୍ତ୍ରୀ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି । ବିବାଦ ଜୋର ଧରିବା ପରେ ସୁଖୱିନ୍ଦର ଏ ନେଇ ମୁହଁ ଖୋଲିଛନ୍ତି । ଶୁଟିଂ ସମୟରେ ଅତ୍ୟଧିକ ଖରା ଯୋଗୁ ପଥରସବୁ ତାତି ଯାଇଥିଲା । ସେଥିପାଇଁ ଜୋତା ପିନ୍ଧିବାକୁ ବାଧ୍ୟ ହେଉଥିଲୁ ବୋଲି ସେ କହିଛନ୍ତି । କାହାର ଧାର୍ମିକ ଭାବନା କ୍ଷୁର୍ଣ୍ଣ ଆମର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ।

Leave A Reply

Your email address will not be published.