Latest Odisha News

ସୁଲତାନ ଜୋହର କପ ହକି: ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ସୁଲତାନ ଜୋହର କପ ଜୁନିୟର ହକିରେ ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଉଭୟ ଦଳ ନିର୍ଦ୍ଧାରିତ ସମୟରେ ୩ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଭାରତ ପକ୍ଷରୁ ଅରୁଣ ସାହିନୀ, ପୂବାନ୍ନା ଓ ଅଧିନାୟକ ଉତମ ସିଂ ଗୋଲ ସ୍କୋର କରିଥିଲେ । ଜବାବରେ ପାକିସ୍ତାନ ତରଫରୁ ସୁଫିୟାନ ଖାଁ, ଅବଦୁଲ୍ଲ କୟୁମ ଓ ଶାହୀଦ ହନାନ ଗୋଲ ଦେଇଥିଲେ । ଫଳାଫଳ ପାଇଁ ଶୁଟଆଉଟର ସହାୟତା ନିଆ ଯାଇଥିଲା ।

ପାକିସ୍ତାନ ପକ୍ଷରୁ ଅର୍ଶାଦ ଲିୟାକତ, ଅବଦୁଲ ରହେମାନ ଓ ଏହତେଶାମ ଗେଲ ଦେଇଥିଲେ । ଭାରତ ତରଫରୁ ବିଷ୍ଣୁକାନ୍ତ ସିଂ, ରାଜିନ୍ଦର ସିଂ, ଅଙ୍ଗଦବୀର ସିଂ ଓ ଉତମ ସିଂ ଗୋଲ ଦେଇଥିଲେ । ପରେ ସଡନ ଡେଥରେ ଭାରତର ଗୋଲକିପର ଏଚଏସ ମୋହିତ ଚମତ୍କାର ପ୍ରଦର୍ଶନ କରିଥିଲେ । ଶେଷରେ ଭାରତ ୬-୫ରେ ଏହି ମୁକାବିଲାକୁ ଜିତିଥିଲା ।

Comments are closed.