Latest Odisha News

BREAKING NEWS

ବର୍ଗର ଖାଇବା ପାଇଁ ପଇସା ନ ଥିଲା, କୋହଲିଙ୍କ ସାହାଯ୍ୟ ପରେ ଏବେ କମାଲ କରୁଛନ୍ତି ସୁମିତ

ନୂଆଦିଲ୍ଲୀ: ପ୍ରତିଭାକୁ ସହଜରେ ଦାବୀ ହୁଏନି । ସୁଯୋଗ ମିଳିଲେ ଜଣେ ଦକ୍ଷତା ସମ୍ପନ୍ନ ଖେଳାଳି ତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଏ ନାହିଁ । ଟେନିସ ଖେଳାଳି ସୁମିତ ନାଗଲ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ସମସ୍ତଙ୍କୁ ଗୌରବନ୍ୱିତ କରିଛନ୍ତି । ତେବେ କିଛି ଦିନ ତଳେ ତାଙ୍କ ପାଖରେ ବର୍ଗର ଖାଇବା ପାଇଁ ପଇସା ନ ଥିଲା ।

୨୦୨୩ ଏଟିପି ଟୁର ଖେଳିବା ପାଇଁ ସମସ୍ତ ଅର୍ଥ ବନ୍ଦୋବସ୍ତ କରିବା ପରେ ତାଙ୍କ ପାଖରେ ୮୦,୦୦୦ ଟଙ୍କା ବଂଚିଥିଲା । ଅଷ୍ଟ୍ରେଲିଆନ ଓପନ ଖେଳିବା ନେଇ ସେ ଦ୍ୱନ୍ଦ୍ୱରେ ଥିଲେ । ପରେ ଅବଶ୍ୟ ବିରାଟ କୋହଲିଙ୍କ ସମେତ ତାଙ୍କ ହିତକାଂକ୍ଷୀ ଆର୍ଥୀକ ସହାୟତା ଯୋଗାଇଥିଲେ । ଏବେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ୯୮ ଲକ୍ଷ ଟଙ୍କା ଆୟ କରି ସାରିଛନ୍ତି । ହରିୟାଣା ଝଝର ଗ୍ରାମର ଏକ ଶିକ୍ଷକଙ୍କ ଘରେ ସେ ଜନ୍ମ ହୋଇଥିଲେ । ଟେନିସ ଏକ ବ୍ୟୟବହୂଳ ଖେଳ ।

ଚ୍ୟାଲେଞ୍ଜର ଟୁର ଖେଳିବା ସହ ଅୟଲ କର୍ମଚାରୀ ଭାବେ ସେ ତାଙ୍କ ଜୀବିକା ନିର୍ବାହ କରିପାରୁଥିଲେ । ବଡ ବଡ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନ ଥିଲା । ୨୦୨୦ରେ ସେ ୟୁଏସ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ । ଶୀର୍ଷ ୫୦୦ରୁ ବାଦ ପଡିବା ପରେ ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଥିଲା । ୨୦୨୩ରେ ୪ଟି ଚ୍ୟାଲେଞ୍ଜର ଫାଇନାଲରେ ପ୍ରବେଶ କରିବା ସହ ୨ଟିରେ ଚାମ୍ପିୟନ ହୋଇଥିଲେ । ଏହା ପରେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୨୨ତମ ସ୍ଥାନରେ ପଂହଚି ଯାଇଥିଲେ । ଯଦି ସେ ଦ୍ୱିତୀୟ ରାଉଣ୍ଡରେ ଜୁଆନଚାଙ୍ଗ ଶଙ୍ଗଙ୍କୁ ହରାଇବେ ତାହାହେଲେ ତାଙ୍କ ସ୍ଥିତି ଆହୁରି ସୁଧୁରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.