Latest Odisha News

BREAKING NEWS

ପୁଣି ଛୁଟି ବଢ଼ାଇଲେ ସୁମିତ, ଶ୍ୱଶୁର ଘରେ ତପସ୍ୱିନୀଙ୍କ ଧାରଣା ଜାରି

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ବିବାଦ କେବେ ତୁଟିବ ? ନ୍ୟା ଦାବିରେ ତପସ୍ୱିନୀଙ୍କ ତପସ୍ୟା ଜାରି ରହିଥିବା ବେଳେ ସୁମିତଙ୍କ ଖୋଜଖବର ନାହିଁ । ସୁମିତ ଛୁଟି ପରେ ଛୁଟି ବଢ଼ାଇ ଚାଲିଛନ୍ତି । ପୁଣି ଥରେ ୧୫ ଦିନ ଛୁଟି ନେଇଛନ୍ତି ସୁମିତ । ପୂର୍ବରୁ ସେ ପ୍ରଥମେ ୨୦ ଦିନ ଛୁଟି ନେଇଥିଲେ ।

ସେପଟେ ତପସ୍ୱିନୀଙ୍କ ଧାରଣା ଜାରି ରହିଛି । ଶ୍ୱଶୁର ଘରେ ଅସ୍ଥାୟୀ ବାରଣ୍ଡାରେ ସେ ଧାରଣାରେ ବସିଛନ୍ତି । ସେପଟେ ସୁମିତ ଘର ଆଗରୁ ତପସ୍ୱିନୀଙ୍କୁ ହଟାଇବା ପାଇଁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଏକ ପିଟିସନ୍ କରିଥିବା ସୂଚନା ମିଳିଛି । ଘର ଆଗ ଭାବକୁ ଯେଭଳି ଭାବରେ ଅକ୍ତିଆର କରି ରଖିଛନ୍ତି ତାହେ ବେଆଇନ୍ ବୋଲି ଦର୍ଶାଯାଇଛି ।

ଆଇନଶୃଙ୍ଖଳା ଦୃଷ୍ଟିରୁ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ସେଠାରେ ଲୋକଙ୍କ ଭିଡ଼ ହେଉଥିବା କଟକଣା ଲଗାଯାଇଛି । ପତ୍ନୀର ମର୍ୟ୍ୟାଦା ସହ ହକ୍ ଫେରି ପାଇବା ଦାବିରେ ଶାଶୂ ଘର ଆଗରେ ଧାରଣା ଜାରି ରଖିଛନ୍ତି ପତସ୍ୱିନୀ ।

Comments are closed.