କଟକ : ସୁମିତ ଓ ତପସ୍ବିନୀ ସେମାନଙ୍କ ବାପା-ମାଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ । ମେ ୭ ତାରିଖ ଦିନ ୧ଟା ସମୟରେ ଅଭିଭାବକଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାପାଇଁ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ବିନୀ ଦାଶଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି ।
ବୁଧବାର ୪ଟା ପୂର୍ବରୁ ସୁମିତ ଓ ତପସ୍ବିନୀ ଆଇନସେବା ଭବନସ୍ଥିତ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ସେମାନଙ୍କ ଓକିଲଙ୍କ ସହିତ ଯାଇ ପହଞ୍ଚିଥିଲେ। ମଧ୍ୟସ୍ଥ ଖଗେଶ୍ବର ରାଜଙ୍କ ନିକଟରେ ପ୍ରାୟ ଦୁଇ ଘଣ୍ଟା ଧରି ମଧ୍ୟସ୍ଥତା ପ୍ରକ୍ରିୟା ଚାଲିଥିଲା । ଆଜି ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କୁ ଏକାଠି ବସି ପରସ୍ପର ଭିତରେ ଆଲୋଚନା କରିବାକୁ ସୁଯୋଗ ମଧ୍ୟ ଦିଆଯାଇଥିଲା।
ମଧ୍ୟସ୍ଥଙ୍କ ସମ୍ମୁଖରେ ମଧ୍ୟ ଉଭୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ଆଜି ଅଧା ରହିଥିବାବେଳେ ମେ ୭କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି। ଉଭୟ ପକ୍ଷ ନିଜ ଅଭିଭାବକଙ୍କ ସହିତ ମଧ୍ୟସ୍ଥଙ୍କ ନିକଟରେ ଉପସ୍ଥିତ ରହି ନିଜ ନିଜ ମତ ରଖିବେ।
ସୁମିତଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଓ ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।
Comments are closed.