Latest Odisha News

BREAKING NEWS

ଚଇତି ତୃତୀୟ ଦିନରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ

କେନ୍ଦୁଝର : ମହାଆଡମ୍ବରରେ ଚାଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ । ଦୀର୍ଘ ସାତ ଦିନ ଧରି ପାଳିତ ହେଉଥିବା ଚଇତି ଯାତର ଆଜି ତୃତୀୟ ଦିନ । ତୃତୀୟ ଦିନରେ ମଧ୍ୟ ହଜାର୍ ହଜାର୍ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ମାଆ ତାରିଣୀଙ୍କ ସୁନା ବେଶ ଦର୍ଶନ ପାଇଁ ।

ଦ୍ୱିତୀୟ ଦିନରେ ଆଜି ମାଆଙ୍କ ନିକଟରେ ସକାଳ ଭୋର ୩ଟା ରାତିରୁ ମାଆଙ୍କ ସେବାୟତ ମାନେ  ମହାସ୍ନାନ, ବଡ ସିଂହାର, ମାଜଣା, ଦ୍ବିପ ପ୍ରଜ୍ବଳନ ଇତ୍ୟାଦି ନୀତିକାନ୍ତି ସମାପନ କରି ମାଆଙ୍କୁ ସୁନା ବେଶରେ ସୁସଜ୍ଜିତ କରିଥିଲେ । ପରେ ୭ଟାରେ ମାଆଙ୍କ ପହଡ ଖୋଲିଥିଲେ ।

ତେବେ ଶୁଣିବାକୁ ମିଳେ ମାଙ୍କ ଚଇତି ପର୍ବର ସୁନାବେଶ ଖୁବ୍ ମନଲୋଭା ଏବଂ ଏହି ଦିନ ଗୁଡିକରେ ମାଙ୍କୁ ଦର୍ଶନ କରି ମାଆକୁ ଯାହା ମାଗିଥାଏ, ମାଆ ତାର ମନୋସ୍କାମନା ଅବିଳମ୍ବେ ପୁରଣ କରିଥାନ୍ତି । ଯାହାକୁ ଦେଖିବା ପାଇଁ ଆଜି ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଚଇତି ପର୍ବ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରତି ଭକ୍ତ ମାଙ୍କ ପାଖକୁ କେବଳ ୨ଟି ନଡିଆ ନେଇ ମାଆଙ୍କୁ ଦର୍ଶନ କରିବେ ।

ଯେଉଁ ଭକ୍ତ ୧୦୮ କିମ୍ବା ଅଧିକ ସଂଖ୍ୟକ ମାନସିକ ନଡିଆ ମାଆଙ୍କ ପାଖରେ ସମର୍ପଣ କରିବାକୁ ଆସିଥିବେ ସେମାନଙ୍କ ମାନସିକ ନଡିଆକୁ ମାଙ୍କ ପରିସରରେ ବିରାଜ ମାନ ଥିବା ମାଆଦୁଆରଶୁଣୀଙ୍କ ନିକଟରେ ଲଗାଇବାର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ, ମନ୍ଦିର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ମୁତୟନ ଅଛନ୍ତି ।

Leave A Reply

Your email address will not be published.