Latest Odisha News

ସୁନ୍ଦରଗଡରେ ଡବଲ ମର୍ଡର; ବନ୍ଧା ହେଲା ପ୍ରେମିକ ରାଜୁ

ସୁନ୍ଦରଗଡ: ସୁନ୍ଦରଗଡରେ ଡବଲ ମର୍ଡର ଘଟଣାରେ ବନ୍ଧା ହେଲା ପ୍ରେମିକ ରାଜୁ ନାଗ।

ପୋଲିସର ସୂଚନାନୁସାରେ, ରାଜୁ ଗତ ସପ୍ତାହରେ ଜଣେ ଏମବିଏ ଛାତ୍ରୀ ଲିପସା କେର୍କେଟା ଏବଂ ତାଙ୍କ ବନ୍ଧୁ ପ୍ରତାପ ଲାକ୍ରାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା।

ଏହି ଘଟଣାର ତଦନ୍ତ କରୁଥିବା ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ଗିରଫ କରିଛି ବୋଲି ରାଜଗାଙ୍ଗପୁର ଏସଡିପିଓ ଅଭିଷେକ ପାଣିଗ୍ରାହୀ କହିଛନ୍ତି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା ନେଇ ସେ କରିଛନ୍ତି।

ଜୁଲାଇ ୧୪ରେ ରାଜୁ ଲିପ୍ସାର ପିତାମାତାଙ୍କୁ ଏକ କୋଠରୀ ଭିତରେ ତାଲା ପକାଇବା ପରେ ଲିପ୍ସା ଏବଂ ପ୍ରତାପଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ସ୍ବୀକାର କରିଛି। ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।

ପ୍ରାୟ ଚାରି ବର୍ଷ ପୂର୍ବେ ରାଜୁ-ଲିପ୍ସାଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଜଣାଯାଇଛି। ତେବେ ରାଉରକେଲାସ୍ଥିତ ଏମବିଏ କଲେଜରେ ଭର୍ତ୍ତି ହେବା ପରେ ଲିପ୍ସା, ରାଜୁକୁ ଅଣଦେଖା କରିବା ଆରମ୍ଭ କରିଥିଲା ବୋଲି ଜଣାପଡିଛି।

ଅଭିଯୁକ୍ତ ରାଜୁ ଘଟଣାସ୍ଥଳରୁ ପଳାଇବା ପୂର୍ବରୁ ଲିପ୍ସାଙ୍କ ବାପା-ମାଆ ଜନ୍ ଏବଂ ମେରି ସୁଷମା କେର୍କେଟାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଛୁରାମାଡ଼ ପରେ ଦୁହିଁଙ୍କୁ କୁତ୍ରା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ ପହଞ୍ଚିବା ପରେ ଲିପ୍ସାଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ରାଉରକେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ବାଟରେ ମୃତ୍ଯୁବରଣ କରିଥିଲେ।

Comments are closed.