ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଅ ବିପକ୍ଷ ଦିନିକିଆ ସିରିଜ ପୂର୍ବର ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ନିକଟରେ ସେ ଇଂଲଣ୍ଡରୁ ନିଜର ଫିଟନେସ ଟେଷ୍ଟ ବିସିସିଆଇକୁ ପ୍ରଦାନ କରିଥିଲେ । କୋହଲିଙ୍କ ଫିଟନେସକୁ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ ସୁନୀଲ ଛେତ୍ରୀ ତୁଳନା କରିଛନ୍ତି । କୋହଲି ମୋତେ ତାଙ୍କ ଫିଟନେସ ଟେଷ୍ଟ ସ୍କୋର ପଠାଇଥିଲେ ବୋଲି ଭାରତର ଅଭିଞ୍ଜ ଫୁଟବଲ ଖେଳାଳି ଛେତ୍ରୀ କହିଛନ୍ତି । ଏକ ପୋଡକାଷ୍ଟରେ ଛେତ୍ରୀ ଏହି ଖୁଲାସା କରିଛନ୍ତି । ଅଧିକାଂଶ ଯୁବ ଖେଳାଳି କୋହଲି ଓ ରୋନାଲ୍ଡୋ ହେବାକୁ ଚାହିଁଥାନ୍ତି । ତେବେ ଏଥିପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏତେ ସହଜରେ ସବୁ କିଛି ମିଳି ନ ଥାଏ ବୋଲି ଛେତ୍ରୀ କହିଛନ୍ତି ।
କୋହଲି ଓ ରୋନାଲ୍ଡୋଙ୍କ ମାନସିକତା ଏକା ଭଳି । ସେମାନେ ଏତେ ସଫଳତା ହାସଲ କରିବା ସତ୍ୱେ ଏବେ ବି ସନ୍ତୁଷ୍ଟ ନାହାନ୍ତି । ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବା ଭୋକ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରୁଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲି ସେମାନଙ୍କ ଫିଟନେସ ଟେଷ୍ଟ ଦେଇଛନ୍ତି । ଉଭୟ ନିଜକୁ ସମ୍ପୂର୍ଣ୍ଣ ଭାବେ ଫିଟ ପ୍ରମାଣିତ କରିପାରିଛନ୍ତି । ଆଗାମୀ ଦିନରେ ପ୍ରଶଂସକମାନେ ସେମାନଙ୍କଠାରୁ ପୂନର୍ବାର ଭଲ ଇନିଂସ ଆଶା କରିବା ସ୍ୱାଭାବିକ ।
Comments are closed.